ରାଜଧାନୀର ‘ବଣ୍ଟି ଔର୍ ବବଲି’ ! ଏୟାର୍ ହଷ୍ଟେସ୍ ସ୍ୱପ୍ନ ଦେଖାଇ ବଡ ଧରଣର ଲୁଟ୍

181

କନକ ବ୍ୟୁରୋ : ରାଜଧାନୀର ଆଉ ଏକ ବଡ ନିଯୁକ୍ତି ସ୍କାମ୍ । ପିଲାଙ୍କୁ ଏୟାର୍ ହୋଷ୍ଟେସର ସ୍ୱପ୍ନ ଦେଖାଇ ଭବିଷ୍ୟତ ସହ ଖେଳ । ପିଲାଙ୍କ ଟଙ୍କାରେ ଠକ ସଂସ୍ଥା ମୁଖ୍ୟ କରୁଥିଲେ ମଉଜ୍ । ସ୍ମାର୍ଟ ସିଟିର ଏଭଳି ଦୁଇ ଜଣ ସ୍ମାର୍ଟ ଠକକୁ ଗିରଫ କରିଛି ପୋଲିସ । ଆଉ ପଦାକୁ ଆସିଛି ରାଜଧାନୀର ବଂଟି ଔର୍ ବବଲିଙ୍କ କାରନାମା ।

ଠକ ସଂସ୍ଥାର ମାଷ୍ଟରମାଇଣ୍ଡ ଅମିତ ତ୍ରିପାଠୀ ଓ ସସ୍ମିତା ବରାଳ । ଶହ ଶହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ମୁଖ୍ୟ ଖଳନାୟକ । ସ୍ମାର୍ଟ ସିଟିର ସ୍ମାର୍ଟ ଠକ । ଆଉ ରାଜଧାନୀର ବଂଟି ଔର ବବଲି । ଅଭିଯୋଗ ଅନୁୁସାରେ, ଉଭୟ ରାଜଧାନୀର ନୟାପଲ୍ଲୀ ଅଂଚଳରେ ଖୋଲିଥିଲେ ଜାଲ୍ ସଂସ୍ଥା ଇନଷ୍ଟିଚ୍ୟୁଚ୍ ଅଫ୍ ଏଭିଏସନ୍ ଆଣ୍ଡ ହସ୍ପିଟାଲିଟି । ଛାତ୍ରଛାତ୍ରୀଙ୍କୁ ଦେଖାଇଥିଲେ ଏୟାର୍ ହୋଷ୍ଟେସର ସ୍ୱପ୍ନ । ଛ’ମାସିଆ କୋର୍ସ ପାଇଁ ଲକ୍ଷ ଲକ୍ଷ ଟଂକା । ଚାକିରିର ଶହେ ପ୍ରତିଶତ ଗ୍ୟାରେଂଟି । ଆଉ ବିଶ୍ୱାସ କରିବାକୁ ସାଇନ୍ କରାଯାଉଥିଲା ବଣ୍ଡ୍ ପେପରରେ । ହେଲେ ପରେ ଜଣାପଡିଲା ସବୁ ଥିଲା ଠକ ସଂସ୍ଥାର ଠକେଇ ।

କିଛି ଦିନ ତଳେ ଏୟାର୍ ହୋଷ୍ଟେସ୍ ଚାକିରି ପାଇଁ ପିଲାଙ୍କୁ ପଠାଯାଇଥିଲା ଭୁବନେଶ୍ୱର ଓ ଦିଲ୍ଲୀ ବିମାନ ବନ୍ଦର । ଆଉ ସେଠାରେ ଚାକିରି ବେଳକୁ ଖୋଲିଯାଇଥିଲା ଠକଙ୍କ ଅସଲ ମୁଖା । ନିଯୁକ୍ତି ନାଁରେ ରାଜଧାନୀରେ ଚାଲିଛି ବଡ ଧରଣର ସ୍କାମ୍ । ଛତୁ ଫୁଟିବା ଭଳି ଖୋଲିଛି ଠକ ସଂସ୍ଥା । ଆଉ ପିଲାଙ୍କୁ ଆକାଶରେ ଉଡିବାର ସ୍ୱପ୍ନ ଦେଖାଇ ଚାଲିଛି ସେମାନଙ୍କ ଭବିଷ୍ୟତ ସହ ଖେଳ ।