ଜାଲ ସାର୍ଟିଫେକେଟ୍ ଦେଇ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ ସାବଧାନ! ଫେଲ ଛାତ୍ରଙ୍କୁ ପାସ୍ ସାର୍ଟିଫିକେଟ୍ ଦେଇ ଫସିଲେ ଘରୋଇ କଲେଜ କର୍ତ୍ତୃପକ୍ଷ

534

କନକ ବ୍ୟୁରୋ: ଆପଣଙ୍କ ପୁଅ କିମ୍ବା ଝିଅ ମାଟ୍ରିକ କି ଯୁକ୍ତ ଦୁଇ ପରିକ୍ଷାରେ ଫେଲ ହୋଇଛନ୍ତି କି? ଆପଣଙ୍କ ପୁଅ-ଝିଅକୁ ତୁରନ୍ତ ପାସ କରାଇବାକୁ କିଏ ପ୍ରଲୋଭନ ଦେଖାଉଛନ୍ତି କି..? ଯଦି ହଁ.. ତାହା ହେଲେ ସଚେତନ ହୋଇ ଯାଆନ୍ତୁ । ବଜାରରେ ଏବେ ଅନେକ ଶିକ୍ଷା ଅନୁଷ୍ଠାନ ଆପଣଙ୍କ ପିଲାଙ୍କୁ ପାସ ସାର୍ଟିଫିକେଟ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧାର କରିଦେଇ ପାରନ୍ତି । ମାଲାକନଗିରିରେ ଜଣେ ଛାତ୍ରଙ୍କୁ ଜାଲ ସାର୍ଟିଫିକେଟ ଦେଇ ଜେଲ ଯାଇଛନ୍ତି ଗଲେ ଓମ୍ ଭୁର୍ଭୁବସ୍ୱ ଘରୋଇ କଲେଜର ପ୍ରିନ୍ସିପାଲ ଓ ଚେୟାରମ୍ୟାନ ।

 

ଶିକ୍ଷା ନାଁରେ ଚାଲିଛି ବ୍ୟବସାୟ । ଘରୋଇ କଲେଜ ଖୋଲି ଫେଲ ଛାତ୍ରଛାତ୍ରୀଙ୍କୁ ପାସ୍ କରାଇବକୁ ପଛାଉ ନାହାନ୍ତି ତଥା କଥିତ ଶିକ୍ଷା ବ୍ୟବସାୟୀମାନେ । ମାଲକାନଗିରି ସଦର ମହକୁମା ସ୍ଥିତ ଓମ୍ ଭୁର୍ଭୁବସ୍ୱହ ଘରୋଇ କଲେଜରେ ଯୁକ୍ତ ଦୁଇ ପଢୁଥିଲେ କୋରୁକୋଣ୍ଡାର ସିମାଂଚଳ ପାତ୍ର । ୨୦୧୭ରେ ସେ ଯୁକ୍ତ ଦୁଇରେ ଫେଲ ହେବା ପରେ ତାଙ୍କ ଠାରୁ ୨୫ ହଜାର ଟଙ୍କା ନେଇ ଝାଡଖଣ୍ଡ ମୁକ୍ତ ବିଦ୍ୟାଳୟ ନାଁରେ ଏକ ପାସ୍ ସାର୍ଟିଫିକେଟ ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ହେଲେ ସାର୍ଟିଫିକେଟ୍ ଜରିଆରେ କୌଣସି ସରକାରୀ କଲେଜରେ ନାମ ଲେଖାଇ ପାରିନଥିଲେ । ସରକାରୀ କଲେଜ ଗୁଡିକ ମାଇଗ୍ରେସନ ସାର୍ଟିଫିକେଟ୍ ମାଗିବା ପରେ ଓମ୍ ଭୁର୍ଭୁବସ୍ୱ କଲେଜ ଦେଇଥିବା ସାର୍ଟିଫିକେଟ୍ ନକଲି ବୋଲି ଜଣାପଡିଥଲା । ଏନେଇ ସେ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି କଲେଜ ପ୍ରିନିସପାଲ୍ ଓ ଚେୟାରମ୍ୟାନଙ୍କୁ ଗିରଫ କରିଛି ।

 

ସୀମାଂଚଳ, ସରକାରୀ କଲେଜରେ ଯୁକ୍ତ ୩ ପଢିବା ନେଇ ମନ ବଳାଇବା ପରେ କଲେଜ ସବୁ କାରନାମା ସାମ୍ନାକୁ ଆସିଛି । ଛାତ୍ରଙ୍କ ଅଭିଯୋଗ ଆଧାରରେ ପୁଲିସ ଓମ୍ ଭୁର୍ଭୁବସ୍ୱହ କଲେଜର ପ୍ରିନ୍ସିପାଲ ବିମଳ ସେଠି ଓ ଚେୟାରମାନ ବିଦ୍ୟୁତ ଦାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ଏପରି ଘଟଣା ଜଣାପଡିଲେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ଆହ୍ୱାନ ଦେଇଛନ୍ତି ମାଲକନଗିରି ଏସ.ଡି.ପି.ଓ ।

ଖାଲି ସିମାଂଚଳ ପାତ୍ର ନୁହଁନ୍ତି ବରଂ ତାଙ୍କ ପରି ଅନେକ ଛାତ୍ରଙ୍କୁ ଏପରି ଜାଲ ସାର୍ଟିଫିକେଟ ଦେଇ ନିଜ ବ୍ୟବସାୟ ଜାର ରଖିଛନ୍ତି ଭୁର୍ଭୁବସ୍ୱହ ପରି ଅନେକ ଘରୋଇ କଲେଜ । ତେବେ ବେଳ ଥାଉ ଥାଉ ଏହି କଲେଜ ଜାଲ ସାର୍ଟିଫିକେଟର ଗୋଲକଧନ୍ଧା ବନ୍ଦ ହେବାର ଆବଶ୍ୟକତା ରହିଛି ।