ଫେସବୁକ୍ ଦେବ ୨୬ ଲକ୍ଷ ଟଙ୍କା ! ଆପଣଙ୍କୁ କରିବା ପାଇଁ ଗୋଟିଏ ଛୋଟିଆ କାମ

35

ଡାଟା ଲିକକୁ ନେଇ ଫେସବୁକ ଏବେ ଚର୍ଚ୍ଚାରେ ରହିଛି । ତେବେ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ତଥା ବିଶ୍ୱାସ ଜନ୍ମାଇବା ପାଇଁ ଫେସବୁକ କିଛି ନୂଆ ଉପାୟ ଅବଲମ୍ବନ କରିଛିି । ଫେସବୁକରେ ଅନେକ ପରିବର୍ତ୍ତନ କରିବା ପରେ କମ୍ପାନୀ ଏପରି ଲୋକଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରିଛି, ଯିଏ କୌଣସି ପ୍ରକାର ଡାଟା ଅପବ୍ୟବହାରର ଖବର ଦେବ । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆମେରିକା ସଂସଦରେ ଭାଗ ନେବା ପୂର୍ବରୁ କମ୍ପାନୀ ତରଫରୁ ଏପରି ଘୋଷଣା କରାଯାଇଥିଲା ।

କମ୍ପାନୀ ଅନୁସାରେ ଏପରି ଲୋକଙ୍କୁ ପୁରସ୍କାର ମିଳିବ ଯେଉଁମାନେ ଡାଟା ଅପବ୍ୟବହାରର ପ୍ରମାଣ ଫେସବୁକକୁ ଦେବେ । ଫେସବୁକ ପ୍ଲାଟଫର୍ମରେ ଚାଲୁଥିବା କୌଣସି ବି ଆପ୍ ଯଦି ଥାର୍ଡ଼ ପାର୍ଟିକୁ କିଛି ତଥ୍ୟ ଦେଉଛି କିମ୍ବା ଡାଟା ଚୋରୀ କରୁଛନ୍ତି ଏହାର ପ୍ରମାଣ ଦେଇ ଆପଣ ଜିତିପାରିବେ ଲକ୍ଷ ଲକ୍ଷ ଟଙ୍କା । ପ୍ରମାଣ ଦେଲେ କମ୍ପାନୀ ତରଫରୁ ୫୦୦ ଡଲାର ଠାରୁ ଆରମ୍ଭ କରି ୪୦,୦୦୦ ଡଲାର ଅର୍ଥ ୨୬ ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ।

ଏହା ପୂର୍ବରୁ ଜୁକରବର୍ଗ ଗତକାଲି ଡାଟା ଲିକ୍ ମାମଲାରେ ଫେସବୁକର ସିଇଓ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ କ୍ଷମା ମାଗିଛନ୍ତି । ଆମେରିକା କଂଗ୍ରେସରେ ୪୪ଜଣ ସିନେଟର, ଜୁକରବର୍ଗଙ୍କୁ ୫ ଘଂଟା ଧରି ଜେରା କରିଥିଲେ । ଜେରା ବେଳେ କିଛି ସ୍ଥାନରେ ହଡବଡେଇ ଯାଇଥିଲେ ମାର୍କ । ଏହାସହ ଜୁକରବର୍ଗ ଭାରତକୁ ଭରସା ଦେଇଛନ୍ତି ଯେ, ୨୦୧୯ ନିର୍ବାଚନକୁ ଫେସବୁକ୍ ମାଧ୍ୟମରେ ପ୍ରଭାବିତ ହେବାକୁ ଦେବେ ନାହିଁ । ଭାରତରେ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଫେସବୁକକୁ ଦିଆଯିବନାହିଁ । ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଲେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ । ଆମେରିକା କଂଗ୍ରେସରେ ଡାଟା ଲିକ୍ ନେଇ କ୍ଷମାପ୍ରାର୍ଥନା କରିଛନ୍ତି ଜୁକରବର୍ଗ । ଏ ନେଇ ନ୍ୟସ୍ତ ଦାୟିତ୍ୱକୁ ଗୁରୁତର ସହ ନ ନେବା ସବୁଠୁ ବଡ଼ ଭୁଲ ଥିବା ଜୁକରବର୍ଗ କହିଥିଲେ । ଆମେରିକା କଂଗ୍ରେସରେ ଜୁକରବର୍ଗଙ୍କୁ ୫ଘଂଟା ଜେରା ହୋଇଥିଲା ଓ ୪୪ଜଣ ସିନେଟର କରିଥିଲେ ପ୍ରଶ୍ନ ।

mark jukerberg

ପୂର୍ବରୁ କେମ୍ବ୍ରିଜ୍ ଆନାଲିଟିକା ଭଳି କମ୍ପାନୀ ଜରିଆରେ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇ ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଥିବାର ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଦେଶର ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୋଷାରୋପ ମଧ୍ୟ କରିଥିଲେ । ଏହି ଘଟଣାରେ ପୂର୍ବରୁ ଦୋଷ ସ୍ୱୀକାର କରିଥିଲେ ଜୁକରବର୍ଗ । ଏବେ ଆମେରିକା କଂଗ୍ରେସରେ ମାଗିଛନ୍ତି ଭୁଲ୍ । ଆଗକୁ ତଥ୍ୟ ଚୋରିକୁ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେବ ଫେସବୁକ୍ । ଏ ନେଇ ଆମେରିକା କଂଗ୍ରେସକୁ ପ୍ରତିଶ୍ରୁତି ଦେଇଛନ୍ତି ଫେସବୁକ ମୁଖ୍ୟ ଜୁକରବର୍ଗ ।