ଫିଟନେସ୍ ବନାଇବା ଚକ୍କରରେ ସ୍ୱାସ୍ଥ୍ୟପ୍ରତି ଅବହେଳା କରୁଛନ୍ତି କି? ଜିମ୍ ଯିବା ପୂର୍ବରୁ ଏହା ଉପରେ ଥରେ ନଜର ପକାନ୍ତୁ । 

55
ନିଜ ଶରୀରକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଆଜିକାଲିର ଯୁବପିଢିମାନେ ଜିମ୍ ଯିବାକୁ ପସନ୍ଦ କରୁଛନ୍ତି । କିନ୍ତୁ କେବେ କେବେ କିଛି ଲୋକ ଜିମ୍ ଯିବା ପରେ ମଧ୍ୟ ନିଜ ଶରୀରରେ କିଛି ଉନ୍ନତି ଆଣି ପାରନ୍ତି ନାହିଁ । ଏହା ପଛରେ ଅନେକ କାରଣ ରହିଛି । ଜିମ୍ ବିଷୟରେ ସଠିକ୍ ସୁଚନା ନ ରହିବା, ବ୍ୟାୟାମ ପରେ ଏବଂ ପୂର୍ବରୁ କ’ଣ କରିବା ଦରକାର ସେ ବିଷୟରେ ନ ଜାଣିବା ହେଉଛି ଏହାର ପ୍ରକୃତ କାରଣ । ଲୋକମାନେ ଜିମ୍ ଯାଇ କସରତ କରିଥାଆନ୍ତି ସତ । କିନ୍ତୁ ସଠିକ୍ ବାଟରେ କିପରି ବ୍ୟାୟାମ କରାଯିବା ଦରକାର ସେମାନେ ଜାଣି ପାରନ୍ତି ନାହିଁ । ଯାହା ଫଳରେ ସେମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବା ଅପେକ୍ଷା ତାହାର ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ଜିମ୍ରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଦରକାର ।
୧.ଜିମ୍ ଯାଇ ଓ୍ଵାର୍ମଅପ ଏବଂ ଷ୍ଟ୍ରେଚିଙ୍ଗ ନ କରି ସିଧା ମେସିନ୍ ଉପରେ ବ୍ୟାୟାମ କରିବା ଦ୍ୱାରା ପିଠିରେ ପବନ ଅଟକି ଯିବା ସହ ଶରୀର ବିନ୍ଧା ଆରମ୍ଭ ହୋଇଥାଏ । ଏଥିପାଇଁ ଜିମ୍ ଯାଇ ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ୫-୧୦ମିନିଟ ଶରୀରକୁ ପ୍ରସ୍ତୁତ ବା ଓ୍ଵାର୍ମଅପ କରାଇନେବା ଦରକାର ।
୨.ଜିମ୍ରେ ଥିବା ମେସିନଗୁଡ଼ିକରେ ସବୁବେଳେ ପୂର୍ବରୁ ବ୍ୟବହାର କରିଥିବା ଲୋକମାନଙ୍କ ହିସାବରେ ନମ୍ବର ସେଟ୍ ହୋଇଥାଏ । ସେଥିପାଇଁ ମେସିନକୁ ବ୍ୟବହାର କରିବା ପୂର୍ବରୁ ନିଜ ହିସାବରେ ନମ୍ବର ସେଟ୍ କରିନିଅନ୍ତୁ । ଯଦି ଆପଣ ଏହା କରୁ ନାହାନ୍ତି, ତେବେ ଆପଣଙ୍କୁ ଆଘାତ ଲାଗିବାର ମଧ୍ୟ ଆଶଙ୍କା ରହିଛି ।
୩.ଜିମ୍ ଯିବା ସମୟରେ କିଛି ଲୋକ ଶୀଘ୍ର ସୁସ୍ଥ ଶରୀର କରିବା ଚକ୍କରରେ ଲଗାତାର ବ୍ୟାୟାମ କରି ଥାଆନ୍ତି । ଯାହା ଦ୍ୱାରା ସେମାନେ ଶୀଘ୍ର ଥକିଯିବା ସହ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ । ସେଥିପାଇଁ ୨-୩ମିନିଟ୍ ବ୍ରେକ୍ ନେବା ନିହାତି ଦରକାର ।
୪.ଶୀଘ୍ର ବଡ଼ି ବନେଇବା ଚକ୍କରରେ ଲୋକମାନେ ଅଧିକ ଓଜନ ଉଠାଇଥାଆନ୍ତି । ଆରମ୍ଭ ଦିନରେ ହଠାତ ଏତେ ଓଜନ ଉଠାଇବା ଦ୍ୱାରା ଏହାର ଖରାପ ପ୍ରଭାବ ମାଂସପେଶୀରେ ପଡ଼ିଥାଏ । ସେଥିପାଇଁ ଫିଟନେସ୍ ଟ୍ରେନରଙ୍କୁ ପଚାରି ଓଜନ ଉଠାନ୍ତୁ ।
୫.ଖାଲି ପେଟରେ ବ୍ୟାୟାମ କରିବା ଦ୍ୱାରା ଶରୀରରୁ ଶକ୍ତି କମ ହୋଇଯାଇଥାଏ । ଏଥିପାଇଁ ଜିମ୍ ଯିବାର ୧୫-୨୦ମିନିଟ୍ ପୂର୍ବରୁ କଦଳୀ ବା ସିଝା ଆଳୁ ଖାଆନ୍ତୁ ।
୬.ଜିମ୍ କରିବାର ୧୫ମିନିଟ୍ ପର୍ୟ୍ୟନ୍ତ ପାଣି ପିଇବା ଅନୁଚିତ୍ ।