ଫେସବୁକର ଟେଲିଭିଜନ୍ ପ୍ରେମ ! ଚ୍ୟାନେଲ୍ ସହ ଦେବ ଟକ୍କର

30

ସୋସିଆଲ୍ ମିଡିଆରେ ନିଜ ପାଦ ଜମାଇବା ପରେ ଏବେ ଟିଭି ଦୁନିଆଁରେ ଦବାଦବା ଜାହିର କରିବାକୁ ଅଂଟା ଭିଡିଛି ଫେସବୁକ୍ । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ପ୍ରାୟ ୨୪ଟି ଟେଲିଭିଜନ୍ କାର୍ଯ୍ୟକ୍ରମ ତିଆରି କରୁଛି ଫେସବୁକ୍ । ଏଥିରେ ରହିଛି ଛୋଟରୁ ଆରମ୍ଭ କରି ବଡ ବଡ ପ୍ରୋଗ୍ରାମ୍ । ଯାହା ଆସନ୍ତା ମାସରୁ ଦର୍ଶକ ଦେଖିବାକୁ ପାଇବେ । ତେବେ ଏହି ସବୁ କାର୍ଯ୍ୟକ୍ରମ ଆପଣ ମୋବାଇଲ୍ ଆପର ଭିଡିଓ ସେକ୍ସସନରେ ମଧ୍ୟ ଦେଖିପାରିବେ ।

ନିଜ ପ୍ରୋଗ୍ରାମ୍ ପାଇଁ ଫେସବୁକ୍ ଟେଲିଭିଜନ୍ ଦୁନିଆଁର ଅନେକ ଲୋକପ୍ରିୟ ତଥା ପ୍ରତିଷ୍ଠିତ କଳାକାର ମାନଙ୍କ ସହ ଯୋଗାଯୋଗ କରିଛି । ଯେଉର୍ଥିରେ ସେ ସଫଳ ହେବାର ମଧ୍ୟ ସୂଚନା ମିଳିଛି । ତେବେ ସୋସିଆଲ୍ ମିଡିଆ ପରି ଟେଲିଭିଜନରେ ମଧ୍ୟ ଫେସବୁକ୍ ଲୋକପ୍ରିୟ ହୋଇପାରିବ କି ନାଁ ତାହା ଜୁନ୍ ମାସ ପରେ ହିଁ ଜଣା ପଡିବ ।