ଏହି ନାୟିକାଙ୍କୁ ବିବାହ କରିଥାନ୍ତେ ଭାଇଜାନ୍ ! କିନ୍ତୁ କଂଟା ସାଜିଥିଲେ ଐଶ୍

59

ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ଅଭିନୟ କ୍ୟାରିୟର ଯଦିଓ ସଫଳତାର ଶୀର୍ଷରେ ରହିଆସିଛି । କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ସେ ସବୁବେଳେ ଅସଫଳ ହୋଇଛନ୍ତି । କାରଣ ଅନେକ ଝିଅଙ୍କ ସହ ତାଙ୍କ ନାଁ ଯୋଡି ହୋଇଯାଇଥିଲେ ମଧ୍ୟ କୌଣସି ସଂପର୍କ ବିବାହ ପର୍ଯ୍ୟନ୍ତ ପହଂଚି ପାରିନାହିଁ ।

ତେବେ ଭାଇଜାନଙ୍କ ଏହି ପ୍ରେମ ତାଲିକାରେ ନାୟିକା ସୋମି ଅଲିଙ୍କ ନାଁ ମଧ୍ୟ ରହିଥିଲା । ଆଉ ଶୁଣିବାକୁ ମିଳିଥିଲା କି, ଦୁହେଁ କାଳେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । କିନ୍ତୁ ଅଚାନକ୍ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଶୁଣିବାକୁ ମିଳିଥିଲା କି, ଐଶଙ୍କ ପାଇଁ ହିଁ ସଲମାନ ସୋମିଙ୍କଠାରୁ ଦୁରେଇ ଯାଇଥିଲେ । ଯାହାକୁ ଖୋଦ୍ ସୋମି ଏକ ସାକ୍ଷାତକାରରେ କହିଥିଲେ । ସେ କହିଥିଲେ, ସିନେମା ‘ହମ ଦିଲ୍ ଦେ ଚୁକେ ସନମ’ର ସୁଟିଂ ପୂର୍ବରୁ ସଲମାନଙ୍କ ସହ ତାଙ୍କର ସଂପର୍କ ଠିକଠାକ୍ ଥିଲା । ମାତ୍ର ଯେତେବେଳେ ସଲମାନଙ୍କ ଜୀବନରେ ଐଶ୍ୱର୍ଯ୍ୟାଙ୍କ ପ୍ରବେଶ ହୋଇଥିଲା ସେବେଠାରୁ ହିଁ ଦୁହିଁଙ୍କ ସଂପର୍କରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା ।

ସେହିପରି ଐଶ୍ ଭାଇଜାନଙ୍କ ଜୀବନରେ ଚାଲି ଆସିଥିଲେ ସତ କିନ୍ତୁ ତାଙ୍କର ଏହି ସଂପର୍କ ବେଶିଦିନ ଯାଏଁ ତିଷ୍ଠି ପାରି ନଥିଲା । ତେବେ ଏଯାବତ୍ ସଲମାନଙ୍କ ପ୍ରେମ ତାଲିକାରେ ସଙ୍ଗିତା ବିଜଲାନି, ସୋମୀ ଅଲି, ଐଶ୍ୱର୍ଯ୍ୟା ରାୟ ଓ କ୍ୟାଟରିନା କୈଫଙ୍କ ନାଁ ଯୋଡି ହୋଇସାରିଛି । ମିଳିଥିବା ସୂଚନାରୁ ଯାହା ଜଣାପଡିଛି, ସଲମାନ ଏବେ କାଳେ ଲୁଲିଆ ବଂତୁରଙ୍କ ସହିତ ଡେଟ୍ କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାସହ ମଧ୍ୟ ପଢନ୍ତୁ-ପଦାରେ ପଡିଲା ଅକ୍ଷୟଙ୍କ ଗୁମର ! କାହିଁକି ଝିଅ ନିତାରାଙ୍କ ଚେହେରା ଲୁଚାଇ ରଖନ୍ତି ସବୁବେଳେ