ପୁଣି ଧରାପଡିଲା ପାକିସ୍ତାନର ମିଛ: ପିଓକେରୁ ମିଳିଲା ପାକ୍ ଯୁଦ୍ଧ ବିମାନର ଭଗ୍ନାବଶେଷ, ଏଫ-୧୬କୁ ଖସାଇଥିଲା ମିଗ୍-୨୧

କୌଣସି ଯୁଦ୍ଧ ବିମାନର ବ୍ୟବହାର ହୋଇନଥିବା ଦାବି କରିଥିଲା ପାକିସ୍ତାନ ସେନା

317

କନକ ବ୍ୟୁରୋ: ପୁଣି ଧରାପଡିଲା ପାକିସ୍ତାନର ଆଉ ଏକ ମିଛ । ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରୁ ଆଜି ଉଦ୍ଧାର ହୋଇଛି ଏଫ-୧୬ ଯୁଦ୍ଧ ବିମାନର ଭଗ୍ନାବଶେଷ । ଏଏନଆଇ ପକ୍ଷରୁ ଏନେଇ ଫଟୋ ଜାରି କରାଯାଇଛି । ଏହି ଫଟୋରେ ବିମାନର ଭଙ୍ଗା ଅଂଶ ନିକଟରେ ଜଣେ ପାକ୍ ଯବାନ ଛିଡା ହୋଇଛନ୍ତି ।

ଏଫ-୧୬ ବିମାନ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବା ପରେ ଗତକାଲି ଭାରତର ମିଗ୍-୨୧ ଆକ୍ରମଣ କରିଥିଲା । ଆଉ ତାପରେ ଧୂଂସ ପାଇଥିଲା ଏଫ-୧୬ । ଆଉ ମିଗ୍-୨୧ ରେ ଥିବା ଭାରତୀୟ ପାଇଲଟ୍ ପିଓକେ ଅଂଚଳରେ ଖସି ପଡିଥିଲେ । ହେଲେ ଗତକାଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଥିଲା ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରାଯାଇ ନାହିଁ ।