ରାୟଗଡ଼ା କଲ୍ୟାଣସିଂହପୁର ତଳସଜା ଗାଁର ଲଜ୍ଜା ! ଭରା ନଦୀରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ପାର କଲେ ସମ୍ପର୍କୀୟ

63

କନକ ବ୍ୟୁରୋ: ଭରାନଦୀରେ ଗର୍ଭବତୀ । ଜୀବନକୁ ବାଜି ଲଗାଇ ଉଚ୍ଛୁଳା ନଦୀରେ ଗର୍ଭବତୀଙ୍କୁ ଅଣାଗଲା ଡାକ୍ତରଖାନା । ନାଗାବଳୀ ନଦୀରେ ବେକେ ପାଣିରେ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ଗର୍ଭବତୀଙ୍କୁ ନଦୀ ପାର କଲେ ।

ରାୟଗଡ଼ା ଜିଲ୍ଲା ସିକରପାଇ ପଂଚାୟତ ତଳସଜା ଗାଁର ଅଜମିଣି ଆକାଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ କୌଣସି ଉପାୟ ନପାଇ ସମ୍ପର୍କୀୟ ଓ ଗ୍ରାମବାସୀ ତାଙ୍କୁ ଭରା ନଦୀ ପାର କରି ଆଣିଥିଲେ । ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ବାଧ୍ୟ ହୋଇ ତାଙ୍କୁ ଭରା ନଦୀ ପାରି କରିଥିଲେ ଗ୍ରାମବାସୀ । ଏକ ଟ୍ୟୁବରେ ଷ୍ଟ୍ରେଚରକୁ ବାନ୍ଧି ତାଙ୍କୁ ଅଣାଗଲା । ନଦୀ ପାର କଲେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଗଲା ପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି ।