ଚାନ୍ଦା ମାଗିବା ପଡିଲା ମହଙ୍ଗା ! ବାଲିଗୁଡାରେ ଗାଁ ଲୋକଙ୍କୁ ଚାନ୍ଦାମାଗି ଛେଚା ଖାଇଲେ ଅବକାରୀ କର୍ମଚାରୀ ।

22

କନକ ବ୍ୟୁରୋ : ଚାନ୍ଦା ମାଗି ମାଡ ଖାଇଲେ ଅବକାରୀ କର୍ମଚାରୀ । କନ୍ଧମାଳ ଜିଲା ବାଲିଗୁଡା ଥାନା ସାଉଟିକିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ମୁତାବକ ବାଲିଗୁଡା ଅବକାରୀ ବିଭାଗର ଜଣେ କର୍ମଚାରୀ ନିଜ ସହ ଜଣେ ନକଲି କର୍ମଚାରୀକୁ ନେଇ ଚାନ୍ଦା ମାଗିବାକୁ ଯାଇଥିଲେ ।

ତେବେ ଗାଁ ଲୋକଙ୍କଠାରୁ ପାଖାପାଖି ୫୦ ହଜାର ଟଙ୍କା ଆଦାୟ କରିବା ପରେ ଗାଁ ଲୋକଙ୍କ ସନ୍ଦେହ ବଢିଥିଲା । ଏହାପରେ ସେମାନେ ନକଲି କର୍ମଚାରୀଙ୍କୁ ମାଡ ମାରି ପୁଲିସ ଜିମା ଦେଇଥିଲେ । କିନ୍ତୁ ଅସଲି ଅବକାରୀ କର୍ମଚାରୀ ଚଂପଟ ମାରିଥିଲେ । ତେବେ ଏତିକିରେ ଥମିନଥିଲା ଗ୍ରାମବାସୀଙ୍କ ରାଗ ।

ଏହି ଦୁଇ ବ୍ୟକ୍ତି ନେଇଥିବା ଏକ ସ୍କର୍ପିଓ ଗାଡିକୁ ଭଂଗାରୁଜା କରିଥିଲେ ଗ୍ରାମବାସୀ । ଏହାପରେ ବାଲିଗୁଡା ସହରରେ ଅସଲି କର୍ମଚାରୀଙ୍କୁ ପାଇ ଗ୍ରାମବାସୀ ପୁଲିସର ଜିମା ଦେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅବକାରୀ ବିଭାଗର ୟୁନିଫର୍ମ ଜଣେ ନକଲି କର୍ମଚାରୀ କିଭଳି ପାଇଲେ ।