ସାଗରିକା ମ୍ୟୁଚୁଆଲ ଚିଟଫଣ୍ଡ ଲିମିଟେଡ ଠକେଇ ମାମଲା ! ୨ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲୁ

20

କନକ ବ୍ୟୁରୋ : ସାଗରିକା ମ୍ୟୁଚୁଆଲ ଫଣ୍ଡ ଚିଟଫଣ୍ଡ ଲିମିଟେଡ ଠକେଇ ମାମଲାରେ ୨ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଇଓଡବ୍ଲୁ ଗିରଫ କରିଛି । ସଂସ୍ଥାର ନିର୍ଦ୍ଦେଶକ ଶିବୁ ଦାସ ଓ ଓଡ଼ିଶା ମୁଖ୍ୟ ସତ୍ୟାନ ମାଣିକଙ୍କୁ ଗିରଫ କରାଯାଇଛି । ଜମାକାରୀଙ୍କ ଠାରୁ ୪କୋଟି ଟଙ୍କା ଆଦାୟ ପରେ ଫେରାର ହୋଇଯାଇଥିଲେ ସଂସ୍ଥାର କର୍ମକର୍ତା । କଟକରେ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ ଜଗତସିଂହପୁର, କଟକ, ନୟାଗଡ ଓ ଢେଙ୍କାନାଳର ଲୋକେ ଠକାମିର ଶିକାର ହୋଇଥିଲେ ।