କଣ ଏହି ଯୁବତୀଙ୍କ ପାଇଁ କମେଡ଼ି କିଙ୍ଗ୍ କପିଲ୍ ଓ ସିଦ୍ଧୁପାଜୀ ହୋଇପାରନ୍ତି ଅଲଗା ?

38

କମେଡ଼ି କିଙ୍ଗ୍ କପିଲ୍ ଶର୍ମା ଏବଂ ପୂର୍ବତମ କ୍ରିକେଟର-ନେତା ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଯଦି ଉଭୟଙ୍କ ସଂପର୍କକୁ ଦେଖାଯାଏଁ ତେବେ କପିଲ୍ ଏବଂ ସିଦ୍ଧୁଙ୍କ ସଂପର୍କ ଖୁବ୍ ନିବିଡ଼ ଅଟେ । ସିଦ୍ଧୁ ସର୍ବଦା କପିଲଙ୍କ ସାଥୀରେ ରହିଆସିଛନ୍ତି । ଖାଲି ସେତିକି ନୁହେଁ, ସିଦ୍ଧୁ କୌଣସି ପରିସ୍ଥିତିରେ ମଧ୍ୟ କପିଲଙ୍କ ହାତ ଛାଡି ନାହାଁନ୍ତି ।

ମାତ୍ର ନିକଟରେ କପିଲ୍ ଶର୍ମାଙ୍କ ଏକ ଏଭଳି ଉନ୍ମକ୍ତ କାଣ୍ଡ ସିଦ୍ଧୁଙ୍କ ହୃଦୟକୁ କରିଦେଇଛି ଖଣ୍ଡ ବିଖଣ୍ଡିତ । ଘଟଣାଟି ହେଲା, ନିକଟରେ ‘ଦ କପିଲ୍ ଶର୍ମା ସୋ’ର ଏକ ଏପିସୋଡ୍ ସୁଟିଂ ହେବାରେ ଥିଲା । କିନ୍ତୁ ସିଦ୍ଧୁଙ୍କ ସ୍ୱାସ୍ଥ୍ୟବସ୍ଥା କିଛି ଠିକ୍ ନଥିବାରୁ ସୋ’ର ସୁଂଟି କାମକୁ ବାଧ୍ୟ ହୋଇ ବନ୍ଦ କରିବାକୁ ପଡିଥିଲା । ଅନ୍ୟପଟେ, ସିଦ୍ଧୁଙ୍କ ଚଉକି ଖାଲି ପଡିଥିବାର ଦେଖି କପିଲ, ଅର୍ଚ୍ଚନା ପୁରନ ସିଂହଙ୍କୁ ସୋ’ ପାଇଁ ଆମନ୍ତ୍ରିତ କରିଦେଇଥିଲେ । ମାତ୍ର ଏହି ଖବର ଯେତେବେଳେ ସିଦ୍ଧୁଙ୍କ କାନରେ ପଡିଥିଲା ସେତେବେଳେ ସିଦ୍ଧୁ ପୁରା କପିଲଙ୍କ ଉପରେ ଖପ୍ପା ହୋଇଯାଇଥିଲେ ।

ତେବେ ମାହୋଲକୁ ଶାନ୍ତ କରିବା ପାଇଁ ବାଧ୍ୟ ହୋଇ କପିଲଙ୍କୁ, ଅର୍ଚ୍ଚନାଙ୍କୁ ମନା କରିବାକୁ ପଡିଥିଲା । ସେ ଯାହା ହେଉନା କାହିଁକି, ଏହି ଘଟଣା ପାଇଁ କିନ୍ତୁ କପିଲଙ୍କୁ ସିଦ୍ଧୁଙ୍କ ରୋଷର ଶିକାର ହେବାକୁ ପଡିଥିଲା । ଏଠାରେ ଆମେ କହିରଖୁଛୁ କି, କିଛି ଦିନ ହେଲା କପିଲ୍ ଶର୍ମା ନିଜ କାମ ଅପେକ୍ଷା ବିଦାଦକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍