ସାମ୍ନାକୁ ଆସିଲା ଅଭିନେତ୍ରୀ ପ୍ରତ୍ୟୁଷାଙ୍କ ମୃତ୍ୟୁ ପଛର ରହସ୍ୟ ! ଆତ୍ମହତ୍ୟା ଦିନ ପ୍ରତ୍ୟୁଷା କରିଥିଲେ ରକ୍ତବାନ୍ତି

61

ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ବାଳିକାବଧୂ’ର ନାୟିକା ତଥା ପ୍ରତ୍ୟୁଷା ବାନାର୍ଜିଙ୍କ ମୃତ୍ୟୁକୁ ଏବେ ଏକ ବର୍ଷ ପୁରିବ । ବର୍ତ୍ତମାନ ତାଙ୍କର ଜଣେ ଘନିଷ୍ଠ ବାନ୍ଧବୀ କାମ୍ୟା ପଂଜାବି ତାଙ୍କ ଜୀବନ ଉପରେ ଆଧାରିତ ଏକ ଛୋଟ ସିନେମା ରିଲିଜ୍ କରିବାକୁ ଯାଉଛନ୍ତି । ଯାହାର ଟ୍ରେଲର ସେ ନିକଟରେ ରିଲିଜ୍ କରିଥିବା ବେଳେ ତା’ର ନାଁ ରହିଛି ‘ହମ୍ କୁଛ କହ ନା ସକେ’ ।

ତେବେ ସିନେମାର ନିର୍ଦ୍ଦେଶକ ନିରୁଷା ନିଖତ୍ ସୂଚନା ଦେଇଛନ୍ତି କି, ଏହି ସିନେମାରେ ପ୍ରତ୍ୟୁଷାଙ୍କ ଜୀବନର ଅନେକ ରାଜର ଖୁଲାସା କରାଯାଇଛି । ଯାହାର ବିରୋଧ କରିଛନ୍ତି ପ୍ରତ୍ୟୁଷାଙ୍କ ବୟଫ୍ରେଣ୍ଡ ରାହୁଲ ରାଜ୍ । ତେବେ ତାଙ୍କୁ ଭୟ ରହିଛି ଯଦି ଏହି ସିନେମାଟି ରିଲିଜ୍ କରାଯାଏ ତେବେ ତାଙ୍କ ଗୁମର ଖୋଲି ଯିବ ।

ଏକ ସାକ୍ଷାତକାରରେ ନିରୁଷା କହିଛନ୍ତି, ‘ଏହି ସିନେମାଟି ମୁଁ ବନାଇଛନ୍ତି କାମ୍ୟା ନୁହେଁ । ସେ କେବଳ ଏଥିରେ କାମ କରିଛନ୍ତି ।’ସେ ଆଉ ମଧ୍ୟ କହିଥିଲେ କି, ଆତ୍ମହତ୍ୟା କରିବା ଦିନ ପ୍ରତ୍ୟୁଷା ରକ୍ତ ବାନ୍ତି କରିଥିଲେ ଏବଂ ମୁଁ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନେଇଯାଇଥିଲି । ତେବେ ଡାକ୍ତର ତାଙ୍କ ଚିକିତ୍ସା କରି କହିଥିଲେ କି, ଗଭୀର ବିଷାଦରେ ରହିଥିବା କାରଣରୁ ତାଙ୍କ ଶରୀର ତାଙ୍କ ସାଥ୍ ଦେଉ ନାହିଁ । ଏହାପରେ ପ୍ରତ୍ୟୁଷା ସୁଟିଂ ବାହାନା କରି ସେଠାରୁ ଚାଲି ଆସିଥିଲେ । ତେବେ ଏପ୍ରିଲ୍ ୧ରେ ସେ ଆତ୍ମହତ୍ୟା କରିଥିଲେ । ଆଉ ଏଥିପାଇଁ ସେ ତାଙ୍କ ବୟଫ୍ରେଣ୍ଡ ରାହୁଲଙ୍କୁ ଦାୟୀ କରିଛନ୍ତି ।