ନବୀନ ସରକାରଙ୍କ ନିଷ୍ପତିକୁ ଖାରଜ କଲେ ହାଇକୋର୍ଟ ! ରଦ୍ଧ ହେଲା ଜିଲ୍ଲା ପରିଷଦ ନିର୍ବାଚନ ସଂଶୋଧନ ଆଇନ

60

କନକ ବ୍ୟୁରୋ : ରଦ୍ଧ ହେଲା ନବୀନ ସରକାରଙ୍କ ନିଷ୍ପତି । ଜିଲ୍ଲା ପରିଷଦ ନିର୍ବାଚନରେ ଖୋଲାଖୋଲି ଭୋଟ୍ ଦେବା ପାଇଁ ବିଜେଡି ସରକାରଙ୍କ ଅଧ୍ୟାଦେଶକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ହଠାତ୍ ରାଜ୍ୟ ସରକାର ଜିଲ୍ଲା ପରିଷଦ ଆଇନରେ ଏକ ସଂଶୋଧନ କରିଥିଲେ । ଏହି ସଂଶୋଧନ ଅନୁସାରେ ଜିଲ୍ଲା ପରିଷଦର ସଭ୍ୟ ମାନେ କାହାକୁ ଭୋଟ ଦେଉଛନ୍ତି ତାହାକୁ ଦଳୀୟ ଏଜେଂଟଙ୍କୁ ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା ।

ତେବେ ଏହି ଅଧ୍ୟାଦେଶ ପରେ ହାଇକୋର୍ଟରେ ଏହାକୁ ଚ୍ୟାଲେଂଜ କରିଥିଲା ବିଜେପି । ସେମାନଙ୍କର ଯୁକ୍ତି ଥିଲା, ବିଜେଡିକୁ ସୁହାଇଲା ଭଳି ଏକ ନିଷ୍ପତି ରାଜ୍ୟ ସରକାର ନେଇଛନ୍ତି । ଆଦର୍ଶ ଆଚରଣବିଧି ଲାଗୁ ଥିବା ସମୟରେ ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରିଥିଲା ବିଜେପି । ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଏହି ଅଧ୍ୟାଦେଶକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆଜି ମାମଲାର ବିଚାର କରି ହାଇକୋର୍ଟ ରାଜା ସରକାରଙ୍କ ଅଧ୍ୟାଦେଶକୁ ଖାରଜ କରିଦେଇଛନ୍ତି ।