ବିବାହ କରିବେ ‘ବାହୁବଳୀ’ର ନାୟକ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନ ସାଥୀ

64

ସମସ୍ତଙ୍କ ମନରେ ରାଜ୍ କରୁଥିବା ‘ବାହୁବଳୀ’ ସିନେମାର ନାୟକ ପ୍ରଭାସ ହେଲେ ସିନେ ଜଗତର ସବୁଠାରୁ ଲୋକପ୍ରିୟ ତଥା ହ୍ୟାଣ୍ଡସମ ନାୟକ । କିନ୍ତୁ ଖୁବ୍ ଶିଘ୍ର ତାଙ୍କ ଏହି ହ୍ୟାଣ୍ଡସମ୍ ଟ୍ୟାଗଟି ତାଙ୍କ ନାଁରୁ ହଟିବାକୁ ଯାଉଛି । କାରଣ ଖୁବ୍ ଶୀଘ୍ର ପ୍ରଭାସ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏକ ଗଣମାଧ୍ୟମରେ ପ୍ରସାରିତ ଖବର ମୁତାବକ, ପ୍ରଭାସ ନିଜ ସିନେମା ‘ବାହୁବଳୀ-ଟୁ’ର ରିଲିଜ୍ ପରେ ପରେ ହିଁ ବିବାହ କରିବାକୁ ଯାଉଛନ୍ତି ଆଉ ସେ ପୁଣି ପରିବାର ଲୋକ ପସନ୍ଦ କରିଥିବା ଝିଅକୁ । ତେବେ କହିବାକୁ ଗଲେ ନିକଟରେ ପ୍ରଭାସଙ୍କ ନାଁ କେତେବେଳେ ତାଙ୍କ କୋ-ଷ୍ଟାର କାଜଲ ଅଗ୍ରୱାଲଙ୍କ ସହିତ ଯୋଡା ଯାଇଥିଲା ତ ପୁଣି କେତେବେଳେ ଇଲିୟାନାଙ୍କ ସହ । କିନ୍ତୁ ପରେ ପ୍ରଭାସଙ୍କ ନାଁ ନେହାଁ ନାମକ ଯୁବତୀଙ୍କ ସହ ଯୋଡା ଯାଇଥିଲା ଆଉ ଶୁଣିବାକୁ ମିଳିଛି ସେ ହିଁ ତାଙ୍କର ବାସ୍ତବରେ ଜୀବନ ସାଥୀ ଆଟନ୍ତି । ଖାଲି ସେତିକି ନୁହେଁ, ନେହାଁଙ୍କୁ ଅନେକ ସମୟରେ ମଧ୍ୟ ପ୍ରଭାସଙ୍କ ସହ ଏକାଠି ଦେଖିବାକୁ ମିଳିଛି ।

ସେ ଯାହା ହେଉନା କାହିଁକି । ପ୍ରଭାସ ଏବେ ବିବାହ କରିବାକୁ ଯାଉଛନ୍ତି ଆଉ ଏହି ପ୍ରରିପେକ୍ଷୀରେ ପ୍ରଶ୍ନ ଉଠୁଛି, ପ୍ରଭାସ ବିବାହ କରିବାକୁ ଯାଉଥିବା ଝିଅଟି ନେହାଁ ନୁହଁନ୍ତି ତ ? ଯଦିଓ ଏସଂପର୍କରେ ପ୍ରଭାସଙ୍କ ପକ୍ଷରୁ କୌଣସି ବି ପ୍ରତିକ୍ରିୟା ଆସିନାହିଁ । ତେବେ ବର୍ତ୍ତମାନ ପ୍ରଭାସ ନିଜ ସିନେମା ‘ବାହୁବଳୀ-ଟୁ’ କାମରେ ବ୍ୟସ୍ତ ଅଛନ୍ତି ।