ଦାମୀ ଜିନିଷ ମିଳୁଛି ଶସ୍ତାରେ : ଏମିତି ଏକ ଦୋକାନ ଯେଉଁଠି ପ୍ରତି ଜିନିଷର ଦାମ ୧୦ଟଙ୍କା

51

ଆଜିର ମହଙ୍ଗା ଯୁଗରେ ଆପଣ କେବେ ଚିନ୍ତା କରିଛନ୍ତି ,୧୦ଟଙ୍କାରେ ସବୁ ଜିନିଷ ମିଳିଯାଏ ବୋଲି । ହେଲେ ଏକଥା ସତ । ଏମିତି ଏକ ଦୋକାନ ଅଛି ଲୁଧିଆନାରେ ଯେଉଁଠି ୧୦ଟଙ୍କା ଦାମରେ ସବୁ ଜିନିଷ ମିଳିଯାଇପାରୁଛି ।

ପ୍ରକାଶିତ ଖବର ଅନୁସାରେ , ଗରିବ ଲୋକଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ପଂଜାବରେ ଏକ ଏନଜିଓ ଏକ ଦେକାନ ଖୋଲିଛି । ‘ ନେକି କି ଦୁକାନ୍ ’ ନାମକ ଏହି ଦେକାନରେ ସବୁ ଜିନିଷର ଦାମ୍ ମାତ୍ର ୧୦ ଟଙ୍କା । ଏଥିରେ ପୋଷାକପତ୍ର ଠଅରୁ ଆରମ୍ଭ କରି ଜୋତା ,ଖେଳନା ,ପୁସ୍ତକ ,ବାସନକୁସନ ଓ ଘରର ଆସବାବପତ୍ର ବି ରହିଛି । ପ୍ରକୃତରେ ଏସବୁ ସେକେଣ୍ଡ ହ୍ୟାଣ୍ଡ ଜିନିଷ ।

ଗ୍ରାହକ ଆଧାର କାର୍ଡ ଦେଇ ଏହି ଜିନିଷ ପତ୍ର କିଣିଥାନ୍ତି । କିନ୍ତୁ ଏହି ଦେକାନର ନିୟମ ଅନୁସାରେ ମାସକୁ ମାତ୍ର ୫ଟି ଜିନିଷ କିଣାଯାଇପାରେ । ଏହି ଦୋକାନଟି ସକାଳ ୬ଟାରୁ ସନ୍ଧ୍ୟା ୭ଟା ଯାଏ ଖୋଲା ରହେ । ‘ ନେକି କି ଦୁକାନ୍ ’ ଗରିବ ଲୋକଙ୍କୁ ମଧ୍ୟ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ।

ଦେଖନ୍ତୁ ଏହି ଭିଡିଓ – 


ଏହାସହ ମଧ୍ୟ ପଢନ୍ତୁ- ଲୋକଙ୍କ ଅଙ୍ଗରୁ ତିଆରି ହୁଏ ଔଷଧ ! ଅନ୍ଧବିଶ୍ୱାସର ଆଳରେ ଲୋକଙ୍କୁ ମାରିଦିଆଯାଏ