ରାଜ୍ୟ ବାହାରକୁ ଗଂଜେଇ ଚୋରା ଚାଲାଣ ଘଟଣା : ୪ ଜଣ ଯୁବତୀଙ୍କୁ ଧରିଛି ବଲାଙ୍ଗିର ପୋଲିସ

30

କନକ ବ୍ୟୁରୋ : ରାଜ୍ୟ ବାହାରକୁ ଗଂଜେଇ ଚୋରା ଚାଲାଣ କରୁଥିବା ୪ ଜଣ ଯୁବତୀଙ୍କୁ ଧରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ବସଷ୍ଟାଣ୍ଡରୁ ଗଂଜେଇ ସହ ୪ ଜଣ ଯୁବତୀଙ୍କୁ ଅଟକ ରଖିଛି ପୋଲିସ । ଗୋପନୀୟ ସୁଚନା ପାଇ ପୋଲିସ ଅଚନାକ ଚଢାଉ କରି ଏହି ସଫଳତା ପାଇଛି ।

ଅବୈଧ ନିଶାକାରବାର ଚାଲାଣରେ ଯୁବତୀଙ୍କ ସଂପୃକ୍ତି ଦେଖି ସମସ୍ତେ ତାଜୁବ୍ ହୋଇ ଯାଇଛନ୍ତି । ଏବେ ଗଂଜେଇ ଚୋରାଚାଲାଣ ପଛର ମାଷ୍ଟର ମାଇଣ୍ଡକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି ।