ଗୀତ ଗାଇବେ ଅନିଲ କପୁର ! ଆଗାମୀ ଫିଲ୍ମରେ ଗାୟକ ଭୂମିକାରେ ଆସିବେ ନଜର

70

dc-Cover-vf9j7oabjqttbk229k07lsl860-20170919140052.Mediବଲିଉଡର ପ୍ରସିଦ୍ଧ ଅଭିନେତା ଅନିଲ୍ କପୁର । ଯାହାଙ୍କର ଅଭିନୟର କୈାଣସି ପ୍ରଶ୍ନ ହିଁ ନାହିଁ ସମୟ ଉପଯୋଗୀ ଚରିତ୍ର କରିବାରେ ମାହିର୍ । ଆଜି ବି ସେ ଲାଗନ୍ତି ଜଣେ ୟଙ୍ଗ ଆକ୍ଟର । ସେଭଳି ଭାବ ଓ ଉଦାମତା ଦେଖିବାକୁ ମିଳେ । ଯାହା ନିୟୁକମରମାନେ କରିଥାନ୍ତି । ବଲିଉଡରେ ୩୫ ବର୍ଷରୁ ଅଧିକ ସମୟ ବିତେଇସାରିଲେଣି । କିନ୍ତୁ ତାଙ୍କର ଏନର୍ଜି ଲେବଲ ଏବେବି କମିନି । ଆଉ ଏବେ ଏମିତି କିଛି କରିବାକୁ ଯାଉଛନ୍ତି । ଆଗାମୀ ଫିଲ୍ମ ଫନ୍ନେ ଖାନ ରେ ନିଜେ ଅନିଲ କପୁର ଗାଇବେ ଗୀତ ।

96650ଆପଣଙ୍କୁ କହିରଖୁଛୁ ଯେ , ଫନ୍ନେ ଖାନରେ ଅନିଲ୍ କପୁର ଜଣେ ଗାୟକ ଚରିତ୍ରରେ ନଜର ଆସୁଛନ୍ତି ଏବଂ ଏହି ଚରିତ୍ରରେ ପରଫେକ୍ଟ କରିବା ପାଇଁ ଅନିଲ ନିଜେ ହିଁ ଗାଉଛନ୍ତି ଗୀତ । ଏଥିପାଇଁ ସେ ଦିନ ରାତି ପ୍ରରିଶ୍ରମ କରିବାକୁ ବି ପ୍ରସ୍ତୁତ । ଫିଲ୍ମର ଭୂମିକା ପାଇଁ ପ୍ରକୃତରେ ପରଫେକ୍ଟ ସିଙ୍ଗର ଦରକାର ନଥିଲା । ଏଥିପାଇଁ ନିଷ୍ପତ୍ତି କରାଗଲା କି ଅନିଲ୍ କପୁର ନିଜେ ନିଜର ସ୍ୱରରେ ଗାଇବେ । ଅନିଲ୍ କପୁର ଏଥିପାଇଁ ବହୁତ ଏକ୍ସାଇଟେଡ ମଧ୍ୟ ଅଛନ୍ତି । ସେ ଫିଲ୍ମର ଲୁକ୍ ପାଇଁ ମଧ୍ୟ ଖୁବ୍ ପରିଶ୍ରମ କରିଛନ୍ତି । ଆଉ ମଧ୍ୟ ଫିଲ୍ମରେ ପରଫେକ୍ଟ ଲୁକ୍ ପାଇଁ ଅନିଲ କପୁର ନିଜର ଓଜନ କମାଇଛନ୍ତି ।

ଏହା ଅନିଲ କପୁରଙ୍କ ପାଇଁ ପ୍ରଥମ ସୁଯୋଗ ନୁହେଁ ଫିଲ୍ମରେ ନିଜ ସ୍ୱରରେ ଗାଇବା ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ମଧ୍ୟ ସେ ୧୯୮୯ରେ ସଲମା ଆଗା ଓ ବପ୍ପି ଲହରୀଙ୍କ ସହ ଏକ ଆଲବମରେ ନିଜର ସ୍ୱରରେ ଗାଇଥିଲେ । ଏବେ ଅନିଲଙ୍କ ପ୍ରଶଂସକମାନେ ଉତ୍ସାହର ଅପେକ୍ଷା କରିଛନ୍ତି ଫିଲ୍ମରେ ଅନିଲଙ୍କ ଗୀତ ଶୁଣିବାକୁ । ଆଉ ଅଭିନୟରେ ଦକ୍ଷ ଅନିଲଙ୍କ ଅଭିନୟ ଦେଖିବାକୁ।

ଏବେ ବି ଅନିଲ କପୁରଙ୍କର ଫିଲ୍ମ ମିଷ୍ଟର ଇଣ୍ଡିଆ ଛୋଟ ଠାରୁ ବଡ ସମସ୍ତଙ୍କର ପ୍ରିୟ ଫିଲ୍ମ ହୋଇ ରହିଛି । ଏହି ଫିଲ୍ମରେ ଅନିଲଙ୍କ ଅଭିନୟକୁ ନେଇ ତାଙ୍କୁ ଯେତେ ତାରିଫ କରାଯିବ କମ୍ ହେବ । ଫିଲ୍ମର ଗୀତ ଓ ଅଭିନୟ ଦର୍ଶକକୁ ଖୁବ୍ ଆଦୃତ କରିଥିଲା । ଆଉ ଅନିଲଙ୍କ ପାଇଁ ଏହି ଫିଲ୍ମଟି ଇତିହାସ ହୋଇ ରହିଯାଇଛି ।