୪୫ବର୍ଷ ପରେ କେମିତି ଲାଗିବେ ଆକର୍ଷଣୀୟ , ଜାଣନ୍ତୁ କିଛି ଟିପ୍ସ –

132

Airy-Layers୪୫ ବର୍ଷ ପରେ ମହିଳାମାନେ ସାଧାରଣତଃ ଅଧା ଜୀବନ କାଟି ସାରିଥା’ନ୍ତି । ତେଣୁ ଏ ବୟସରେ ନିଶ୍ଚିତ ଭାବେ ତ୍ୱଚାରେ କୁଂଚନ ଆସିଯାଇଥାଏ । ତେଣୁ ତ୍ୱଚାର ଅଧିକ ଯତ୍ନ ନେବା ସହ ସେହି ଅନୁସାରେ ମେକଅପ୍ ପ୍ରତି ସଚେତନ ହେବାକୁ ପଡିବ ।

୧ – ୪୫ ବର୍ଷରେ ପହଁଚିଗଲେ ମହିଳାମାନଙ୍କର ଶରୀର ଆକାର କିଛି ମାତ୍ରାରେ ପରିବର୍ତ୍ତନ ଆସିଥାଏ । ଏହି ବୟସର ମହିଳାମାନେ ସଫ୍ଟ ଷ୍ଟ୍ରକଚର ଲୋ ବନ୍ ଓ ସଫ୍ଟ ଲେୟାର ବାଉନ୍ସି ହେୟାର ଷ୍ଟାଇଲ୍ କଲେ ଭଲ ଲାଗିବ ।

3୨ – ୪୫ରୁ ୫୫ ବର୍ଷ ବୟସରେ ମହିଳାର ବଡି ଷ୍ଟ୍ରକଚର କିଛି ମାତ୍ରାରେ ଅଲଗା ହୋଇଯାଇଥାଏ । ତେଣୁ ଏ ବୟସରେ ନିଜ ବଡି ଟାଇପକୁ ଦେଖି ଆଉଟଫିଟ୍ ପସନ୍ଦ କରିବା ଠିକ୍ ହେବ । ଏ ବୟସରେ ବେଶୀ ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ । ଅବଶ୍ୟ କପର ଓ ସିଲଭର ଏମ୍ବ୍ରୋଡେରୀ କେବେକେବେ ପିନ୍ଧିଲେ ଠିକ୍ ହେବ । ତେବେ ଶାଢୀ ସହ କଂଟେମ୍ପୋରାରୀ ବ୍ଲାଉଜ ପିନ୍ଧିଲେ ହିଁ ଏ ବୟସରେ ପ୍ରାୟତଃ ଅଧିକ ୟଙ୍ଗ ଲୁକ୍ ରହିବ ।

୩ – ୪୫ରୁ ଅଧିକ ବର୍ଷ ହୋଇଥିଲେ ମହିଳମାନେ ମେକଅପ୍ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ । ଆଂଟି ଏଜିଙ୍ଗ ଆଇ କ୍ରିମ୍ , ଆଣ୍ଟି ଏଜିଙ୍ଗ ମଶ୍ଚରାଇଜର , ନାଇଟ୍ କ୍ରିମ୍ ଓ ସେରମ୍ ଆଦି ସମସ୍ତ ଜିନିଷ ବ୍ୟବହାର କରିବାକୁ ପଡିବ । ସେରମକୁ ଦିନକୁ ଦୁଇଥର ଲଗାନ୍ତୁ । ନିର୍ଦ୍ଦିଷ୍ଟ ବ୍ୟବଧାନରେ ଫେସ୍ ମାସ୍କ ନିଶ୍ଚିତ ଲଗାନ୍ତୁ । ଏହା ବ୍ୟତିତ ଗ୍ଲୋ ପାଇଁ ନାଚୁରାଲ୍ ଅଏଲ୍ ଲଗାନ୍ତୁ ।

୪ – ଏଇ ବୟସରେ ମହିଳାମାନେ ମେକଅପ୍ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ।

୫- ମେକଅପ୍ ପୂର୍ବରୁ ହାଇ ଲାଇଟର ଓ ଭଲ ପ୍ରାଇମର ବ୍ୟବହାର କରନ୍ତୁ । ଏହା ଫଳରେ ସ୍କିନ୍ ଟାଇଟ୍ ରହିବ ଓ କୁଂଚନ କମ୍ ଦେଖାଯିବ । ଆଣ୍ଟି ଏଜିଙ୍ଗ ଫାଉଣ୍ଡେସନ ଲଗାନ୍ତୁ । ଏହାପରେ କମ୍ପାକ୍ଟ ଲଗାଇ ହାଲକା ବ୍ଲଶଅନ୍ କରନ୍ତୁ । ହାଲକା ସିମର
ଥିବା ଆଇସାଡୋ ଓ ବ୍ଲଧ ଲଗାନ୍ତୁ । ରେଡ ,ମେରୁନ୍ ଓପ୍ଲମ ଆଦି କଲରର ଲିପଷ୍ଟିକ୍ ବ୍ୟବହାର କରନ୍ତୁ ।

୬ – ନ୍ୟୁଡ୍ ଟୋନ୍ ସିମର ବ୍ଲଶ,କାନବେରୀ,କପର ,କପିଂ ,ବ୍ରାଉନ୍ ଓ ନାଚୁରାଲ୍ କଲରର ବ୍ଲଶ୍ ବ୍ୟବହାର କରନ୍ତୁ ।

୭ – ଏସବୁ ମେକଅପ୍ ଦ୍ୱାରା ଆପଣ ହୁଏତ ବୟସକୁ କିଛି ପରିମାଣରେ ଲୁଚାଇଦେଇ ପାରିବେ ।