ଇଂଲଣ୍ଡ ବନାମ ପାକିସ୍ତାନ ! ଚମ୍ପିୟାନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଆଜି ମୁହାଁମୁହାଁ ହେବେ ଦୁଇ ଦଳ

29

କନକ ବ୍ୟୁରୋ : ଚଳିତ ଚାମ୍ପୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଲଣ୍ଡନର କାର୍ଡିଫରେ ଆଜି ପାକିସ୍ତାନ-ଇଂଲଣ୍ଡ ମୁକାବିଲା ହେବ । ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ସ୍ଥିର ପ୍ରଦର୍ଶନ ଦେଇଆସିଛି । ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡ ଅପରାଜୟ ରହି ସେମିଫାଇନାଲକୁ ଯାଇଛି । ତେବେ ପାକିସ୍ତାନ ଭାରତଠାରୁ ହାରିଥିବାବେଳେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କାକୁ ହରାଇ ସେମିକୁ ଯାଇଛି ।

ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ପାକିସ୍ତାନର ମନୋବଳ ବି ଦୃଢ ରହିଛି । ଆଇସିସି ପ୍ରତିଯୋଗିତାରେ ଦୁଇ ଦଳ ୧୦ ଥର ପରସ୍ପରକୁ ଭେଟିଛନ୍ତି । ସେଥିମଧ୍ୟରୁ ଇଂଲଣ୍ଡ ୬ ଓ ପାକିସ୍ତାନ ୪ଟି ମ୍ୟାଚ ଜିତିଛି । ତେବେ ସାଂପ୍ରତିକ ପ୍ରଦର୍ଶନ ଦୃଷ୍ଟିରୁ ଇଂଲଣ୍ଡର ପଲ୍ଲା ଭାରି ରହିଛି । ପାକିସ୍ତାନ ଗତ ୨୧ ବର୍ଷ ହେବ ଆଇସିସି ପ୍ରତିଯୋଗିତତାରେ ଇଂଲଣ୍ଡକୁ ହରାଇନାହିଁ । ଶେଷଥର ଲାଗି ଏହି ଦଳ ୧୯୯୬ ମସିହାରେ ଇଂଲଣ୍ଡ ବିପକ୍ଷରେ ବିଜୟ ହୋଇଥିଲା ।