ରାଜନୀତି ମୈଦାନରେ ଇଂଜିନିୟରିଂ ଛାତ୍ରୀ ! ଜିଲ୍ଲା ପରିଷଦ ପଦ ପାଇଁ କରୁଛନ୍ତି ପ୍ରତିଦ୍ୱନ୍ଦିତା

36

କନକ ବ୍ୟୁରୋ : ଇଂଜିନିୟରିଂ କଲେଜ କ୍ଲାସ ରୁମରୁ ନିର୍ବାଚନ ମଇଦାନ । ନିଜ ଅଂଚଳର ବିକାଶ ପାଇଁ ରାଜନୀତିକୁ ଆସିଛନ୍ତି ଇଂଜିନିୟରିଂ ଆଦିବାସୀ ଛାତ୍ରୀ ଟିକି କିସ୍କୁ । ବିଜେପିରୁ ଟିକଟ ପାଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଜିଲ୍ଲା ପରିଷଦ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଟିକି ।

ଉଚ୍ଚ ଶିକ୍ଷିତା ଆଦିବାସୀ ଛାତ୍ରୀ ଟିକି କିସ୍କୁ । ଖୋର୍ଦ୍ଧାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବିଟେକ୍ ଛାତ୍ରୀ । ଏବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ୩୪ ନମ୍ବର ଜୋନ ପାଇଁ ସେ ଜିଲ୍ଲା ପରିଷଦ ପ୍ରାର୍ଥୀ । ବିଜେପିରୁ ଟିକଟ ପାଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଟିକି ।

ଇଂଜିନିୟର ହୋଇ ଆଦିବାସୀଙ୍କ ବିକାଶର ସ୍ୱପ୍ନ ଦେଖୁଥିବା ଟିକି ଶାସନକୁ ଆସିଲେ ସହଜରେ ଲକ୍ଷ୍ୟ ସାଧନ କରିପାରିବେ ବୋଲି କହିଛନ୍ତି । ପୁର୍ବରୁ ତାଙ୍କ ପରିବାରରୁ କେହି ରାଜନୀତିରେ ସଂପୃକ୍ତ ନ’ଥିବା ବେଳେ ଟିକି ପ୍ରଥମଥର ପାଇଁ ବିଜେପି ଟିକେଟରୁ  ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ଛାତ୍ରୀ ଟିକି ହାଟଡିହି ୩୪ ନମ୍ବର ଜୋନରେ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି । ରାଜନୀତିର ଫନ୍ଦି ଫିକର ଜାଣିନଥିବା ଟିକିଙ୍କୁ ଗାଁ ଗାଁରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି । ଏହି ଜୋନରୁ ଟିକିଙ୍କ ସହିତ କଂଗ୍ରେସ ସମର୍ଥିତ ମିନତୀ ଟୁଡୁ  ଓ ବିଜେଡି ସମର୍ଥିତ ରେଖା ନାୟକ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :