ଭୁବନେଶ୍ୱର ଆସୁଥିବା ବିମାନର ଜରୁରୀ ଅବତରଣ! ମୁମ୍ବାଇରୁ ଆସିବାବେଳେ କକପିଟରେ ଧୂଆଁ

31

କନକ ବ୍ୟୁରୋ : ଭୁବନେଶ୍ୱର ଆସୁଥିବା ବିମାନର ଜରୁରୀକାଳିନ ଅବତରଣ । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆର ବିମାନର କକପିଟରେ ଧୂଆଁ ଦେଖାଯିବା ପରେ ଜରୁରୀ କାଳୀନ ଅବତରଣ କରିଛି ବିମାନ । ଏୟାର ଇଣ୍ଡିଆ ବିମାନ ୬୬୯ ଭୁବନେଶ୍ୱର ପାଇଁ ଉଡାଣ କରିବା ବେଳେ ଏହାର କକପିଟରେ ଧୂଆଁ ଦେଖିବାକୁ ମିଳିଥିଲା । ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଯାତ୍ରୀଙ୍କୁ ଭୁବନେଶ୍ୱର ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।