ମୁଣ୍ଡୁଳୀ ନିକଟରେ ମହାନଦୀରେ ଭାସିଗଲେ ୫ ହାତୀ : ଭୋରରୁ ଆଠଗଡ ପଟୁ ନଦୀପାର ବେଳେ ଅଘଟଣ

72

କନକ ବ୍ୟୁରୋ : ଆଠଗଡରେ ଅଘଟଣ । ମୁଣ୍ଡୁଳୀ ନିକଟ ମହାନଦୀରେ ଭାସିଯାଇଛନ୍ତି ୫ ହାତୀ । ଆଜି ବଡିଭୋରରୁ ଆଠଗଡ ପଟୁ ନଦୀ ପାର ହେବାବେଳେ ଭାସିଯାଇଛନ୍ତି ହାତୀ । ଘଟଣାସ୍ଥଳରେ ଏ ଯାଏଁ ଉଦ୍ଧାରକାରୀ ଦଳ ପହଂଚିନାହାନ୍ତି । ଆଠଗଡରେ ସାଧାରଣତଃ ହାତୀଙ୍କ ଚଳପ୍ରଚଳ ବେଶୀ । ହାତୀ ସବୁବେଳେ ଏହି ଅଂଚଳରେ ଯିବାଆସିବା କରିଥାନ୍ତି । ତେବେ ମହାନଦୀରେ ପାଣିଥିବାବେଳେ ଆଜି ହାତୀପଲ ନଦୀପାର ହେଉଥିଲେ । ଏହିସମୟରେ ନଦୀର ପ୍ରଖରସ୍ରୋତରେ ୫ ହାତୀ ଭାସିଯାଇଛନ୍ତି ।

ସୂଚନାଯୋଗ୍ୟ ଅନେକ ଦିନ ଧରି ୨୫ ୩୦ଟି ହାତୀ ଆଠଗଡ଼ ବନଖଣ୍ଡରେ ରହୁଛନ୍ତି । ଏମାନେ ବାଙ୍କୀ ପଟେ ସବୁବେଳେ ଯିବାଆସିବା କରନ୍ତି । ତେବେ ଆଜି ବଡିଭୋରରୁ ବାଙ୍କୀ ପଟକୁ ଗଲାବେଳେ ୫ଟି ହାତୀ ଭାସିଯାଉଥିବାର ଦେଖାଯାଉଛି । ତେବେ ଖବର ଅନୁସାରେ ହାତୀମାନେ ଭାସିଗଲେ କି କୂଳରେ ପହଞ୍ଚିଲେଣି ସେନେଇ କିଛି ସ୍ପଷ୍ଟ ଖବର ନାହିଁ ।