ବ୍ୟାଙ୍କରେ ମିଟିଙ୍ଗ ସମୟରେ ଛାତ ଉପରୁ ଖସିଲା ଅଜଗର, ତା’ପରେ କ’ଣ ହେଲା ପଢ଼ନ୍ତୁ ପୁରା ଖବର

53

କେବଳ ସାପର ନାମ ହି କାହାକୁ ଡରାଇବା ପାଇଁ ଯଥେଷ୍ଟ ହୋଇଥାଏ । ଏମିତିରେ ଯଦି କୈାଣସି ଅଫିସରେ ମିଟିଙ୍ଗ ସମୟରେ ହଠାତ୍ କୈାଣସି ସାପ ଆସିଯିବ ଯଦି ? ଚୀନର ଏକ ବ୍ୟାଙ୍କରେ ଯେତେବେଳେ କିଛି କର୍ମଚାରୀ କଥାବାର୍ତ୍ତା କାରୁଥିଲେ, ସେତେବେଳେ ଛାତ ଉପରୁ ଏକ ଅଜଗର ସାପ ତାଙ୍କ ଭିତରେ ପଡିଲା । ଏହା ଦ୍ୱାରା ସେଇଠି ଆତଙ୍କ ଖେଳିଗଲା । ଏହି ଘଟଣାର ଭିଡିଓ ସାମନାକୁ ଆସିଛି ଓ ସୋଶିଆଲ ମିଡିଆରେ ଏହାକୁ ବହୁତ ସେୟାର କରାଯାଇଛି । ଏହି ଭିଡିଓ ବ୍ୟାଙ୍କର ସିସିଟିିଭି କ୍ୟାମେରାରେ କଏଦ ହୋଇଛି ।

ସେହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ବ୍ୟାଙ୍କ କର୍ମଚାରୀ ଛିଡା ହୋଇ ପରସ୍ପର ମଧ୍ୟରେ କଥା ହେଉଛନ୍ତି, ସେତେବେଳେ ହଠାତ୍ ଏକ ସାପ ତାଙ୍କ ଭିତରେ ପଡିଲା । ସାପ ଏକ ମହିଳା ପାଖରେ ପଡିଲା । ଛାତ ଉପରୁ ଖସିଲା ପରେ କିଛି ସମୟ ସେଇଠି ପଡି ରହିଲା, କିନ୍ତୁ ତା’ପରେ ସେଠାରୁ ବାହାରିବାକୁ ଚେଷ୍ଟା କଲା । ଚାଇନା ନ୍ୟୁଜର ଖବର ଅନୁସାରେ, ଏହି ଘଟଣା ଗୁଆଙ୍ଗଶୀ ରାଜ୍ୟର ନେନିଙ୍ଗ ସହରର ଆଇସିବିସି ବ୍ୟାଙ୍କର । ପୁଲିସ ଓ ଅନ୍ୟ ବିଶେଷଜ୍ଞ ଦଳଙ୍କୁ ସେଠାକୁ ଡକାଗଲା । ସାପଟି କୋଠରୀ ଭିତରେ ଥିବା ସୋଫା ତଳେ ଲୁଚିଯାଇଥିଲା ।