ସମ୍ବଲପୁର ଜଙ୍ଗଲରେ ଖାଲରେ ପଡିଥିବା ହାତୀ ଛୁଆ ଉଦ୍ଧାର !

16

କନକ ବ୍ୟୁରୋ : ଖାଲରେ ପଡିଥିବା ହାତୀ ଛୁଆ ଉଦ୍ଧାର । ସମ୍ବଲପୁର ଜଙ୍ଗଲରେ ଏକ ଖାଲରେ ପଡିଥିବା ହାତୀ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ । ଏକ ଜେସିବି ମେସିନ ସାହାଯ୍ୟରେ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ରେଙ୍ଗାଲୀ ଉପଖଣ୍ଡ କଲମୀ ଗାଁ ନିକଟରେ ଛୁଆ ହାତୀଟି ଖାଲ ଭିତରେ ପସିଯାଇଥିଲା ।

ଗ୍ରାମବାସୀ ମାନେ ଅନେକ ଚେଷ୍ଟା ସତ୍ୱେ ହାତୀ ଛୁଆକୁ ଉଦ୍ଧାର କରିପାରିନଥିଲେ । ବନ ବିଭାଗ ଖବର ପାଇଁ ଘଟଣା ସ୍ଥଳରେ ପହଚିଂ ଜେସିବେ ମେସିନ ସାହାର୍ଯ୍ୟରେ ଗୋଟେ ରାସ୍ତା ବାହାର କରି ହାତୀ ଛୁଆକୁ ଉଦ୍ଧାର କରିଥିଲେ ।  ।