ଅନୁଗୁଳ : ତାଳଚେର କଙ୍କିଳି ଗାଁରେ ବଣୁଆ ହାତୀ ପଲ, ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ 

36

କନକ ବ୍ୟୁରୋ : ମାତିଛନ୍ତି ହାତୀପଲ । ତାଳଚେର କଙ୍କିଳି ଗାଁରେ ବଣୁଆ ହାତୀ ପଲ ନଦୀ ପାର କରି ଗାଁକୁ ଆସିଛନ୍ତି । ଏହି ହାତୀପଲରେ ୨୦ରୁ ୨୫ହାତୀ ଥିବା ଜଣାପଡିଛି । ହାତୀପଲ ଗାଁ ମୁହାଁ ହୋଇଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ ବନବିଭାଗ ଘଟଣାସ୍ଥଳରେ ପହଂଚି ହାତି ଘଉଡାଇବାକୁ ଉଦ୍ୟମ କରୁଛି ।