ଉତ୍ତର କୋରିଆକୁ ଆମେରିକାର ପାଲଟା ଆକ୍ରମଣ ! ଟ୍ରମ୍ପ କହିଲେ, ଆମେରିକା ପାଖରେ ଅଛି ଉତ୍ତର କୋରିଆ ଠାରୁ ଶକ୍ତିଶାଳୀ ପରମାଣୁ ବୋମା

39

କନକ ବ୍ୟୁରୋ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଲାଗିରହିଛି ବିବାଦ । ଉତ୍ତର କୋରିଆ ନିକଟରେ ପରମାଣୁ ବୋମା ଅଛି ଏହାର ସୀମା ଭିତରେ ରହିଛି ଆମେରିକା ଏବଂ ଏହାର ସ୍ୱିଚ ତାଙ୍କ ହାତରେ ରହିଥିବା କହି ଆମେରିକାକୁ ଧମକ ଦେଇଥିଲେ କିମ୍ ଜୋଙ୍ଗ ଉନ୍ । ଏହାପରେ ବୁଧବାର ଦିନ ପାଲଟା ଆକ୍ରମଣ କରିଛି ଆମେରିକା । ଆମେରିକା ନିକଟରେ ବି ପରମାଣୁ ବୋମା ରହିଛି ଯାହା ଅଧିକ ବଡ ଓ ଶକ୍ତିଶାଳୀ ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ୱିଟର ଜରିଆରେ ଆମେରିକାର ଏହି ଜବାବ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

america ready to fightଟ୍ରମ୍ପ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ କହିଛନ୍ତି ଯେ ତାଙ୍କ ଡେସ୍କରେ ସବୁବେଳେ ପରମାଣୁ ବୋମାର ସ୍ୱିଚ ଥାଏ । ଜର୍ଜରିତ ଓ ଅନାହାରର ତାଙ୍କ ସାମ୍ରାଜ୍ୟରୁ କିଏ ତାଙ୍କୁ କହିବ କି ପରମାଣୁ ବୋମାର ସ୍ୱିଚ ଆମେରିକା ନିକଟରେ ବି ଅଛି ତାହା ଅଧିକ ବଡ ଓ ଶକ୍ତିଶାଳୀ ଏବଂ ତାହା କାର୍ଯ୍ୟକ୍ଷମ ମଧ୍ୟ । ଦିନକ ତଳେ ନିଜ ଦେଶକୁ ସମ୍ବୋଧନ କଲା ବେଳେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ କହିଥିଲେ ଯେ, ଉତ୍ତର କୋରିଆର ପରମାଣୁ ବୋମାର ସୀମା ଭିତରେ ଆମେରିକା ଆସୁଛି । ଏହାର ସ୍ୱିଚ ସବୁବେଳେ ତାଙ୍କ ଡେସ୍କରେ ରହିଥାଏ ବୋଲି କହିଥିଲେ କିମ୍ ଜୋଙ୍ଗ ଉନ୍ । ଏହାର କଡା ଜବାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।