ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା ! ମିଟର ଲାଗିନି କି ଲାଇଟ୍ ଜଳିନି କିନ୍ତୁ ବିଲ୍ ଆସିଛି ୪ ହଜାର ଟଙ୍କା ।

36

ଘରେ ଘରେ ବିଜୁଳି ଜଳିବ । କେହି ଅନ୍ଧକାରରେ ରହିବେ ନାହିଁ । ଏଭଳି ଅନେକ ନାରା ଦେଇ ସରକାରୀ ସ୍ଥରରେ ଅରମ୍ଭ ହୋଇଛି ସୌଭାଗ୍ୟ ଯୋଜନା । କିନ୍ତୁ ବିଡମ୍ବନାର ବିଷୟ ହେଉଛି କି, ବିଦ୍ୟୁତ୍ ବ୍ୟବହାର ପୂର୍ବରୁ ଘରେ ପହଞ୍ଚିଛି ବିଦ୍ୟୁତ୍ ବିଲ । ଯାହା କି ଏହି ଯୋଜନା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ମୁତାବକ, ସୌଭାଗ୍ୟ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାରେ ରହିଛନ୍ତି ୫୭.୩୨୬ ଜଣ ହିତାଧିକାରୀ । ତେବେ ଏହି ଯୋଜନା ମାଧ୍ୟମରେ ବର୍ତମାନ ସୁଦ୍ଧା ୩୩.୬୪୪ ଜଣଙ୍କୁ ଏହି ସଂଜୋଗ ଦିଆଯାଇଛି । ଗାଇଡଲାଇନ ଅନୁଯାୟୀ, ଆର୍ଥିକ ଅନଗ୍ରସର ଶ୍ରେଣୀର ବ୍ୟକ୍ତିଙ୍କୁ ବିନା ପ୍ରାପ୍ୟରେ ବିଦ୍ୟୁତ ସଂଯୋଗ ସହିତ ମିଟର ବୋର୍ଡ ଏବଂ ସୁଇଚ ଦେବାର ପ୍ରବନ୍ଧନ ରହିଛି । କିନ୍ତୁ ବିଡମ୍ବନାର ବିଷୟ ହେଉଛି ଲୋକମାନେ ବିଦ୍ୟୁତ ବ୍ୟବହାର କରିବା ପୂର୍ବରୁ ହିଁ ତାଙ୍କ ପାଖକୁ ୨୭୦୦ ଟୁ ୩୦୦୦ ଟଙ୍କାର ଇଲେକ୍ଟ୍ରି ବିଲ୍ ଆସିଛି । ଯାହା ଫଳରେ ଗରିବ ଗୁରୁବା ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଏ ସମ୍ବନ୍ଧରେ ବିଦ୍ୟୁତ ବିଭାଗ ସହିତ ଯୋଗାଯୋଗ କରିବାରୁ ବିଲ୍ ପଇଠ ପାଇଁ ୧ କିଲୋ ୱାଟ ହିସାବରେ ମାସିକ ୫୭୦ ଟଙ୍କା ଦିଆଯାଇଛି କିନ୍ତୁ ଏହି ହିସାବରେ କୌଣସି ତାଳମେଳ ରହୁନାହିଁ । ୫୭ ହଜାର କନେକ୍ସନ ପାଇଁ ମାତ୍ର ୧୦ ମିଟର ଆସିଛି ଓ ପରବର୍ତି ପର୍ଯ୍ୟାୟରେ ମିଟର ପହଞ୍ଚିଲେ ରିଭିଜନ କରି ସଂସୋଧନ କରିବା ପାଇଁ ପଦକ୍ଷପ ନିିଆଯିବ ବୋଲି ସେସୁ ମ୍ୟାନେଜର ଅମରଜିତ ପଟନାୟକ କହିଛନ୍ତି ।