ପ୍ରହସନ ପାଲଟିଛି ବିପିଏଲ୍ ବିଦ୍ୟୁତ୍ ସଂଯୋଗୀ କରଣ ଯୋଜନା: ଡିବିରି ଆଲୁଅକୁ ଭରଷା କରିଛନ୍ତି ମାର୍ଶାଘାଇର ଡଅଁରମୁଣ୍ଡା ଗ୍ରାମବାସୀ

241

କନକ ବ୍ୟୁରୋ : ଦେଶକୁ ଡିଜିଟାଲାଇଜ୍ କରିବାକୁ ସ୍ୱପ୍ନ ଦେଖୁଛନ୍ତି ସରକାର । କିନ୍ତୁ ଏବେବି ଅନେକ ଅଂଚଳରେ ପହଁଚିପାରିନି ବିଜୁଳି ଆଲୋକ । ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି ଆମ ଦେଶର ଭବିଷ୍ୟତ । ଫେଲ ମାରିଛି ସରକାରଙ୍କ ବିପିଏଲ ପରିବାର ମାନଙ୍କ ପାଇଁ ବିଦ୍ୟୁତ୍ ସଂଯୋଗୀ କରଣ ଯୋଜନା । ଆଲୁଅ ଟିକିଏ ନପାଇ ବିପିଏଲ୍ ପରିବାରଗୁଡିକ ବିତାଉଛନ୍ତି ଅଭିଶପ୍ତ ଜୀବନ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ମାର୍ଶାଘାଈ ବ୍ଲକଠାରୁ ମାତ୍ର ଅଳ୍ପ କିଛି ଦୂରରେ ଥିବା ଡଅଁରାମୁଣ୍ଡା ଗାଁରେ ।

ଘର ଉପରେ ଲାଗିଛି ବିଜୁଳି ସଂଯୋଗ ପାଇଁ ବଙ୍କୁବାଡି । ଘର ଭିତରେ ଲାଗିଛିି ଇଲେକ୍ଟ୍ରିକ୍ ମିଟର, ବୋର୍ଡ, ହୋଲଡର, ଓ ସୁଇଚ୍ । ହେଲେ ସୁଇଚ୍ ମାରିଲେ ଜଳୁନି ବଲ୍ । ସେହିଭଳି ଗାଁରେ ବସିଛି ବିଦ୍ୟୁତ୍ ଟ୍ରାନ୍ସଫର । ତାର ବି ଅଛି କିନ୍ତୁ କୋ÷ଣସି ଘରକୁ ଦିଆଯାଇନି ବିଦ୍ୟୁତ୍ ସଂଯୋଗ । ତେବେ ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଶିଳିପୁର ପଂଚାୟତର ଡ଼ଅଁରମୁଣ୍ଡ ଗାଁ । ଏହି ଗାଁରେ ପ୍ରାୟ ୫୦ ରୁ ଅଧିକ ବିପିଏଲ ପରିବାର ଅଛନ୍ତି । ହେଲେ କୈଣସି ପରିବାରକୁ ଦିଆଯାଇନି ବିଜୁଳି ସଂଯୋଗ । ହିତାଧିକାରୀମାନେ ବିଦ୍ୟୂତ ସଂଯୋଗ ପାଇଁ ଅଫିସକୁ ଦୈାଡି ଦୈାଡି ନୟାନ୍ତ ହେଲେଣି । କିନ୍ତୁ ଫଳ ଶୂନ ।

ସେପଟେ ବିଦ୍ୟୁତ୍ ସଂଯୋଗ ପାଇଁ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିବା ଉପକରଣରେ ଉଇ ଲାଗିଲାଣି । ବିଦ୍ୟୁତ୍ ଖୁଂଟ ମାଟିରେ ପୋତି ହୋଇପଡିଲାଣି । ଘରୋଇ କମ୍ପାନୀଙ୍କୁ ବିଦ୍ୟୁତ୍ ସଂଯୋଗୀ କରଣ ଦାୟିତ୍ୱ ଦିଆଯାଇଥିବାରୁ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହା ଭିତରେ କେତେକ ଠିକାଦାର ସେମାନଙ୍କ ବିଲ୍ ପଇସା ନେଇ ଚାଲିଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –