ନିର୍ବାଚନୀ ହିଂସା ନେଇ ରିପୋର୍ଟ ପରେ ପଦକ୍ଷେପ ! କଡା ସୁରକ୍ଷା ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

28

କନକ ବ୍ୟୁରୋ : ନିର୍ବାଚନ ବାତିଲ ସ୍ଥାନରେ ପୁଣି ହେବ ସାନି ମତଦାନ । ଜିଲ୍ଲାପାଳ ଓ ବିଡିଓଙ୍କ ରିପୋର୍ଟ ଆଧାରରେ ଆସନ୍ତା ୨୧ ତାରିଖ ସୁଦ୍ଧା ବାତିଲ ସ୍ଥାନରେ ପୁଣି ଥରେ ନିର୍ବାଚନ କରିବାକୁ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । କଟକରେ ବାତିଲ ହୋଇଥିବା ୧୫ଟି ବୁଥ, କେନ୍ଦ୍ରାପଡାରେ ୧୧, ପୁରୀ ୧୩ ଓ ଯାଜପୁରରେ ୫ଟି ବୁଥରେ ପୁଣି ସାନି ମତଦାନ ହେବ ।

ଏହା ସହ ନିର୍ବାଚନୀ ହିଂସା ଘଟିଥିବା ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ବାଲଟ ବକ୍ସ ନେବା ବେଳେ କଡା ସୁରକ୍ଷା ସହ ଯିବାକୁ ନୋଟିସ କରାଯାଇଛି । ଗତକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳେ ବହୁ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଦେଇଥିଲା ।