ପ୍ରତିଶ୍ରୁତି ବନାମ ପରିଣତି: ବିଜ୍ଞାପନ ଦେଇ ବିଜେଡି କହିଲା, ୨୦୧୪ର ଇସ୍ତାହାରର କଥା ପାଳନ କରିନି ବିଜେପି

184

କନକ ବ୍ୟୁରୋ: ବିଜେପି ଇସ୍ତାହାରକୁ ବିଜେଡିର ସମୀକ୍ଷା । ୨୦୧୯ ନିର୍ବାଚନ ପାଇଁ ଗତକାଲି ବିଜେପି ପକ୍ଷରୁ ଜାରି କରାଯାଇଥିବା ପ୍ରତୁଶ୍ରୁତି ପତ୍ରକୁ ସମୀକ୍ଷା କରିଛି ବିଜୁ ଜନତା ଦଳ । ତେବେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ଏଯାବତ ପୁରଣ କରିବାରେ ଅସଫଳ ହୋଇଥିବା ନେଇ ଏକ ବିଜ୍ଞାପନରେ ଦର୍ଶାଇଛି ବିଜେଡି । ଯେଉଁଥିରେ ଆକଳନ କରାଯାଇଛି ଏବଂ ସମୀକ୍ଷା କରାଯାଇଛି । ଏହି ସମୀକ୍ଷ ଜରିଆରେ ବିଜେଡି ଦର୍ଶାଇବାକୁ ଚେଷ୍ଟା କରିଛି ଯେ, ୨୦୧୪ରେ ଦଳ ଦେଇଥିବା ତମାମ ପ୍ରତିଶ୍ରୁତି ପୁରଣ କରିନାହିଁ । ଅର୍ଥାତ୍ କହିବା ଏବଂ କରିବା ଭିତରେ କଣ ଫରକ ଥାଏ ତାହା ସେମାନେ ଆଜି କରି ଦେଖାଇଦେଇଛନ୍ତି । ବିଜୁ ଜନତା ଦଳ ପ୍ରତିଶ୍ରୁତି ନେଇ ପ୍ରତିବଦ୍ଧତାର ବିଶ୍ୱାସ କରୁଥିବା ଏହି ବିଜ୍ଞାପନରେ କୁହାଯାଇଛି । ଏବେ ଦେଖନ୍ତୁ ୨୦୧୪ରେ ବିଜେପି କଣ ପ୍ରତିଶ୍ରୁତି ଦେଇଥିଲା ଆଉ ପରିଣତି କଣ ହେଲା ବୋଲି ବିଜୁ ଜନତା ଦଳ କହିଛି ।

ପ୍ରତିଶ୍ରୁତି- ଓଡିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ।

ପରିଣତି-ପୁରାପୁି ଭୁଲିଗଲା ବିଜେପି । ଏବେ ସଂପୂର୍ଣ୍ଣ ନିରବତା ।

ପ୍ରତିଶ୍ରୁତି-ଏସଟି/ଏସସି ଛାତ୍ରବୃତ୍ତି ୨ ଗୁଣା ବଢାଯିବ ।

ପରିଣତି-ଅନୁଦାନ ବନ୍ଦ କରିଦିଆଗଲା ।

ପ୍ରତିଶ୍ରୁତି-ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ୫ ଲକ୍ଷ ଟଙ୍କା ।

ପରିଣତି-ଟଙ୍କାଟିଏ ବି ଦିଆଗଲା ନାହିଁ ।

ପ୍ରତିଶ୍ରୁତି-ଗାଁ ସାଥୀ, ଆଶା, ଅଙ୍ଗନୱାର୍ଡି କର୍ମୀଙ୍କ ପାରିଶ୍ରମିକ ଅତିକମରେ ୨ ଗୁଣା ବଢାଯିବ ।

ପରିଣତି- ଗାଁ ସାଥିଙ୍କ କଥା ପୁରାପୁରି ଭୁଲିଗଲେ, ଆଶଆ କର୍ମୀ ମିଛ ଆଶାରେ ରହିଗଲେ ଏବଂ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ବାବଦକୁ କେନ୍ଦ୍ରର ୯୦: ରାଜ୍ୟର ୧୦ ହିସାବରେ ମିଳୁଥିବା ଅନୁଦାନ କମେଇ ଦିଆଯାଇ ୬୦:୪୦ କରିଦିଆଗଲା ।

ପ୍ରତିଶ୍ରୁତି-ବିଧବାଙ୍କ ପାଇଁ ମାସକୁ ୧ ହଜାର ଟଙ୍କା ପେନସନ ।

ପରିଣତି-୫ବର୍ଷ ଧରି ମାସକୁ ୩୦୦ ଟଙ୍କା ମିଳିଲା । ନବୀନ ପଟ୍ଟନାୟକ ଏହାକୁ ୫୦୦ଟଙ୍କାକୁ ବୃଦ୍ଧି କଲେ ।

ପ୍ରତିଶ୍ରୁତି-ଧାନର ସର୍ବନିମ୍ନ ସୟାହକ ମୂଲ୍ୟ ୧.୫ ଗୁଣା ବଢିବ । ସାର ଦର କମିବ ।

ପରିଣତି-ଚାଷୀକୂଳକୁ ଠକି ଦେଲେ ।

ପ୍ରତିଶ୍ରୁତି-ସଂପୂର୍ଣ୍ଣ ଗ୍ରାମ ବିକାଶ ଯୋଜନା ଆରମ୍ଭ କରାଯିବ ।

ପରିଣତି-ଆଦୌ ଆରମ୍ଭ ହୋଇ ପାରିଲା ନାହିଁ ।

ପ୍ରତିଶ୍ରୁତି-ବସ୍ତିବାସିନ୍ଦା ଥଇଥାନ ନୀତି ଅଣାଯିବ ।

ପରିଣତି-କିଛି ହେଲାନି । ନବୀନ ପଟ୍ଟନାୟକ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ଜାଗା ଯୋଜନା କଲେ ।

ପ୍ରତିଶ୍ରୁତି-ସବୁ ଜିଲ୍ଲାରେ ବିଶ୍ୱସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା କରାଯିବ ।

ପରିଣତି-ସତ୍ୟତା ହେଲା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଅନୁଦାନ କମାଇ ଦିଆଗଲା ଏବଂ କୌଣସି ହସ୍ପିଟାଲ ଟଙ୍କାଟିଏ ବି ପାଇଲେ ନାହିଁ ।

ପ୍ରତିଶ୍ରୁତି-ଆନ୍ତଃ ନଦୀ ଜଳ ପରିବହନ ନଦୀ ସଂଯୋଗୀକରଣ କରାଯିବ ।

ପରିଣତି-ନିର୍ଧୁମ ଖରାରେ ବରଫ ବର୍ଷା ହେଉଥିବାରୁ ସ୍ୱପ୍ନ ଦେଖାଇଲା ଭଳି ହେଲା ।