‘ବାହାରିନ୍ ଓଡ଼ିଆ ସମାଜ’ ପକ୍ଷରୁ ଉତ୍କଳ ଦିବସ ପାଳିତ ! ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଆୟୋଜିତ ।

124

‘ବାହାରିନ ଓଡ଼ିଆ ସମାଜ’ ପକ୍ଷରୁ ବେଶ୍ ଆଡମ୍ବରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଦେଶ ବାହାରେ ବଜାୟ ରଖିବା ପାଇଁ ବହାରିନର ବିକେଏସ ଷ୍ଟାଡିୟମରେ ୫ ତାରିଖରେ ବର୍ଣ୍ଣାଢ୍ୟ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା।

 

ଏହି ଉତ୍ସବରେ ଓଡ଼ିଶା ଓ ବହାରିନରେ ପ୍ରତିଷ୍ଠିତ ଅନେକ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ। ଓଲିଉଡ୍ ଗାୟିକା ଗୀତା ଦାସ, ଡ଼. ଦେବ ମହାନ୍ତି, ଡ଼. ସ୍ୱରୂପ ମିଶ୍ର, ମଧୁଲିତା ମହାପାତ୍ର, ବତୁଲ ଦାଦାଭାଇ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ବହାରିନରେ ରହୁଥିବା ଓଡ଼ିଆମାନେ ଓ ସେମାନଙ୍କ ପିଲାମାନେ ଅନେକ ଓଡ଼ିଆ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।ଓଡ଼ିଆ ସଂସ୍କୃତି ,ପରମ୍ପରା ଏବଂ ସଙ୍ଗୀତକୁ ବିଦେଶରେ ବଜାୟ ରଖିବା ପାଇଁ ଏହି ଉତ୍ସବ ବାସ୍ତବରେ ପ୍ରଶଂସଯୋଗ୍ୟ ।