ସ୍କୁଲ ପିଲାଙ୍କୁ ନିମ୍ନମାନର ଅଣ୍ଡା ଦିଆଯାଉଥିବାର ଅଭିଯୋଗ ! ନବରଙ୍ଗପୁର ଜିଲ୍ଲାର କିଛି ସ୍କୁଲରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ

17

କନକ ବ୍ୟୁରୋ : ପ୍ଲାଷ୍ଟିକ ଅଣ୍ଡାକୁ ନେଇ ବର୍ତମାନ ସାରା ରାଜ୍ୟରେ ଚର୍ଚା ଜୋର ଧରିଛି । ଆଉ ସ୍କୁଲରେ ପିଲାଙ୍କୁ ନିମ୍ନମାନର ଅଣ୍ଡା ଦିଆଯାଉଥିବାର ବର୍ତମାନ ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଂଚଳର କିଛି ସ୍କୁଲରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । କିଛି ପଇସା ଲୋଭରେ କୁନି କୁନି ପିଲାଙ୍କୁ ଛୋଟ ଆକାରର ନିମ୍ନମାନର ଅଣ୍ଡା ଦିଆଯାଉଛି । ଆଉ ଏହି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ପାରା ଅଣ୍ଡା ପରି ଦେଖାଯାଉଥିଲେ ବି ପ୍ରକୃତରେ ଏସବୁ ହେଉଛି କୁକୁଡ଼ା ଅଣ୍ଡା । ଆଉ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଏସବୁ ଅଣ୍ଡା ପିଲାଙ୍କୁ ଦିଆଯାଉଛି । ଆଉ ଏହାକୁ ଖୋଦ ନିଜେ ସ୍ୱୀକାର କରିଛନ୍ତି ଦାୟିତ୍ୱରେ ଥିବା ଶିକ୍ଷକ । ଉପାନ୍ତ ଅଂଚଳରେ କୌଣସି ପ୍ରଶାସନିକ ଅଧିକାରୀ ପହଂଚି ପାରୁନଥିବାରୁ ଏହାର ସୁଯୋଗ ନେଇ ଛାତ୍ରଛାତ୍ରୀଙ୍କୁ ଏଭଳି ଅଣ୍ଡା ଦିଆଯାଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଶିକ୍ଷକଙ୍କ କହିବା ଅନୁସାରେ ଦୋକାନୀ ଯେଉଁ ଅଣ୍ଡା ଦିଏ ତାହା ପିଲାଙ୍କୁ ଦିଆଯାଏ । ଏପଟେ କିନ୍ତୁ ଦୋକାନୀଙ୍କ କହିବା କଥା ଶିକ୍ଷକମାନେ ଯେଉଁ ଅଣ୍ଡା କୁହନ୍ତି ସେହି ଅଣ୍ଡା ସ୍କୁଲକୁ ଦିଆଯାଏ । ଆଉ ଏହି ଛୋଟ ଅଣ୍ଡାର ମୁଲ୍ୟ କମ ହୋଇଥିବାରୁ ଶିକ୍ଷକମାନେ ଏହି ଅଣ୍ଡା ନେଇଥାନ୍ତି । ଘଟଣା ସଂର୍ପକରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଖବର ତାଙ୍କ ପାଖରେ ନଥିଲା ।ଏହି ଘଟଣାର ତଦନ୍ତ ହେବ କୌଣସି ଶିକ୍ଷକ ଏଭଳି କରୁଥିଲେ ତାଙ୍କ ଉପରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।