ରାଜସ୍ଥାନରେ ଆରପିଏସସି ପରୀକ୍ଷା ଲାଗି ଇଣ୍ଟରନେଟ ସେବାକୁ ବନ୍ଦ ରଖିଲେ ରାଜ୍ୟ ସରକାର : କପି ଓ ପେପର ଲିକ ହେବାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ

45

କନକ ବ୍ୟୁରୋ : ରାଜସ୍ଥାନ ଜୟପୁର ସହରରେ ଏକ ସପ୍ତାହ ମଧ୍ୟରେ ପୁଣିଥରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ସୂଚନା ମିଳିଛି । ରାଜସ୍ଥାନ ଲୋକସଭା ସେବା ଆୟୋଗର ରବିବାର ହେବାକୁ ଥିବା ଏକ ପରୀକ୍ଷା ପାଇଁ ସେଠାକାର ସରକାର ସକାଳ ୯ଟା ଠାରୁ ଅପରାହ୍ମ ୧ ପର୍ଯ୍ୟନ୍ତ ଏହି ସେବା ବନ୍ଦ କରିଥିବା ସୂଚନା ମିଳିଛି । ଏହି ସେବା ଉପରେ ସରକାର ବ୍ୟାନ କରୁଥିବାରୁ ସେଠାରେ ମୋବାଇଲ ହୁଆଟସପ, ଫେସବୁକ ଆଦି ଅନେକ ସେବା ପ୍ରଭାବିତ ହେଉଛି । କେବଳ ଲୋକମାନେ ଫୋନ ମାଧ୍ୟମରେ କଥାବାର୍ତ୍ତା କରିପାରିବେ ବୋଲି ଜଣାପଡିଛି । ରାଜସ୍ଥାନ ଲୋକସଭା ଆରଏଏଏସ ପରୀକ୍ଷା ହେବାକୁ ଯାଉଛି ତେଣୁ ତାହାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଥିବା ଜଣାପଡିଛି । ଏହି ପରୀକ୍ଷାରେ ପାଖାପାଖି ୫.୫ଲକ୍ଷ ପିଲା ପରୀକ୍ଷା ଦେବେ ବୋଲି ଜଣାପଡିଛି । କେବଳ ଜୟପୁରଠାରେ ୬୯ କେନ୍ଦ୍ର ଖୋଲାଯାଇଥିବା ଜଣାପଡିଛି । ଇଣ୍ଟରନେଟ ବନ୍ଦ ହେବା କାରଣରୁ ଲୋକମାନେ ସୋସିଆଲ ମିଡିଆର ବ୍ୟବହାର କରିପାରିବେ ନାହିଁ । ରାଜସ୍ଥାନର ୨୫ ସହରରେ ଏପରି ସେବା ବନ୍ଦ କରାଯାଇଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବାରୁ ଅନଲାଇନରେ ହେବାକ ଥିବା ସମସ୍ତ କାମ ଯେପରି ଟ୍ରେନ ଟିକଟ, ବିମାନ ଟିକଟ, ବ୍ୟାଙ୍କିଙ୍କ୍ କାମ ଆଦି ବାଧାପ୍ରାପ୍ତ ହୋଇଛି । ଯାହା ଦ୍ୱାରା ଲୋକମାନେ ଅନେତ ମାତ୍ରାରେ ଅସୁବିଧାର ସମୁଖୀନ ହେଉଛନ୍ତି । ଏହା ପ୍ରଥମ ଥର କରାଯାଇ ନାହିଁ । ଆଗରୁ ମଧ୍ୟ ଏପରି ପରୀକ୍ଷା ପୂର୍ବରୁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ପୂର୍ବରୁ ପୋଲିସମାନଙ୍କ ଲାଗି ହେବାକୁ ଥିବା ଏକ ପରୀକ୍ଷାରେ ପାଖାପାଖି ୨୦ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ରାଜ୍ୟରେ ଏହି ସେବା ବନ୍ଦ ଥିବାରୁ ପାଖାପାଖି ୧୫ ହଜାର ଟ୍ରେନ ଟିକଟ ହୋଇପାରିନାହିଁ । କେବଳ ବିଜୁଳି ବିଭାଗରେ ୧୦ ଲକ୍ଷ ଟଙ୍କାର କାରବାର ବନ୍ଦ ହେବା ସହ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୩୦ କୋଟି ଟଙ୍କା କାରବାର ହୋଇପାରିନାହିଁ ।