ଦୋହଲିଯିବ ଅର୍ଥନୀତି ! ମହଙ୍ଗା ପଡିଲା ନୋଟ୍ ଅଚଳ

32

ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୮ ତାରିଖରେ ନୋଟ୍ ଅଚଳକୁ ନେଇ ଏକ ଏା÷÷ତିହାସିକ ପଦକ୍ଷେପ ନେଇଥିଲେ । କିନ୍ତୁ ତା’ପରର ଦେଶର ଅର୍ଥନୈତିକ ପରିସ୍ଥିତି ଉପରେ ଯଦି ନଜର ପକାଇବା ତା ହେଲେ ତାହା ଏକ ପ୍ରକାର ମହଙ୍ଗା ସାବ୍ୟସ୍ତ ହୋଇଛି ।

ପୂର୍ବରୁ ବିଶେଷଜ୍ଞ ମାନେ ଆକଳନ କରିଥିଲେ ୨୦୧୬-୧୭ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ । ମାତ୍ର ବିମୁଦ୍ରାକରଣ ପରେ ନଗଦ ଟଙ୍କାର ଏତେ ଅଭାବ ରହିଛି ଯେ ଅର୍ଥନୈତିକ କାର୍ଯ୍ୟକଳାପ ଏକ ପ୍ରକାର ଠପ୍ ହୋଇଯାଇଛି । ଦେଶର ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡିଛି । ଅଭିବୃଦ୍ଧି ହାର ୩.୫ ପ୍ରତିଶତ ତଳକୁ ଖସିଯିବାର ମଧ୍ୟ ସମ୍ଭାବନା ରହିଛି ।

ଲୋକମାନଙ୍କ ପାଖରେ ନଗଦ ଅର୍ଥ ପହଂଚାଇବା ପାଇଁ ସରକାରଙ୍କୁ ପ୍ରାୟତଃ ୭ ସପ୍ତାହ ସମୟ ଲାଗିଯିବ । ଡିସେମ୍ବର ୩୦ ତାରିଖ ମଧ୍ୟରେ ଏହି କାମ ଶେଷ ହୋଇପାରିବନି ।

ନୋଟ୍ ଅଚଳ ପରେ ରିଅଲ ଇଷ୍ଟେଟ୍, ସୁନା, ଓ ଅସଂଗଠିତ କ୍ଷେତ୍ର ସର୍ବାଧିକ ଭାବରେ ପ୍ରଭାବିତ ହୋଇଛି । ବ୍ୟାଙ୍କ ନଥିବା ଗ୍ରାଂମାଚଳ ଗୁଡିକରେ ସମସ୍ୟା ଅତ୍ୟନ୍ତ ଜଟିଳ ହୋଇପଡିଥିଲା ।

ଦେଶର ପରିସ୍ଥିତିକୁ ଦେଖି ସୁପ୍ରିମକୋର୍ଟ ମଧ୍ୟ କହିସାରିଲେଣି ଯେ, ସ୍ଥିତି ଉପରେ ନିୟନ୍ତ୍ରଣ କରାନଗଲେ ଏହା ସାମାଜିକ ଅସ୍ଥିରତାର କାରଣ ହେବ । ଦଙ୍ଗା ପରିସ୍ଥିତିକୁ ମଧ୍ୟ ଏଡା ନଯାଇ ପାରେ ।

ଦେଶର ପରିସ୍ଥିତିକୁ ଆଖି ଆଗରେ ରଖି ୨୦୧୮ରେ ମଧ୍ୟ ଅଭିବୃଦ୍ଧି ହାର ୫.୮ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିବ ବୋଲି ଆକଳନ କରାଯାଉଛି । ଏହି ସମୟରେ ସବୁଠୁ ଅଧିକ ପ୍ରଭାବିତ ହେବ ରିଅଲ ଇଷ୍ଟେଟ୍ କ୍ଷେତ୍ର ।ବିମୁଦ୍ରାକରଣର ପ୍ରଭାବ ଦେଶର ଅର୍ଥନୀତି ଉପରେ କିଭଳି ପଡିବ ତାହାର ଏକ ରିପୋର୍ଟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସି ପକ୍ଷରୁ ପ୍ରସ୍ତୁତ କରାଯାଇଛି ।