ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୩ଟି ଆସନ ପାଇଁ ଆସନ୍ତା ୫ ତାରିଖରେ ଉପନିର୍ବାଚନ

ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

130

କନକ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି । ୩ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୫ ତାରିଖରେ ଉପନିର୍ବାଚନ ହେବ । ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଏହା ୨୫ ତାରିଖ ଯାଏଁ ଚାଲିବ । ଉପନିର୍ବାଚନ ପାଇଁ ବରିଷ୍ଠ ଓଏଏସ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିର୍ବାଚନ କମିସନ ନିଯୁକ୍ତି ଦେଇଛନ୍ତି ।

ବିଷ୍ଣୁପ୍ରସାଦ ମିଶ୍ର ଏବେ ଓଡିଶା ସବ ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିସନର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୨୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ତେଣୁ ଅଧିବେଶନ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ବିଧାନସୌଧର ମୁଖ୍ୟ କୋଠାର ପଛ ଭାଗରେ ଇୀବା ଅଭ୍ୟର୍ଥନା ଗୃହରେ କରାଯିବ । ସେଠାରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ।