ପ୍ରଥମ ଦିନରେ ଫେଲ ମାରିଲା ଚିଟଫଣ୍ଡ ସମ୍ପତି ନିଲାମୀ ପ୍ରକ୍ରିୟା : ରୋଜଭ୍ୟାଲି ସଂପତି ଇ-ଅକ୍ସନରେ ସାମିଲ ହେଲେନି ବିଡର

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଥମ ଦିନରେ ଫେଲ ମାରିଲା ଚିଟଫଣ୍ଡ ସମ୍ପତି ନିଲାମୀ ପ୍ରକ୍ରିୟା । ଆଜି ହୋଇଥିବା ରୋଜଭ୍ୟାଲି ସଂପତି ଇ-ଅକ୍ସନରେ ସାମିଲ ହେଲେନି  ବିଡର । ସଂସ୍ଥାର ବାଲେଶ୍ୱର ନୀଳଗିରିରେ ଥିବା ୪୫ ଡେସିମିଲ ଜମି ଏବଂ କଟକ-ଭୁବନେଶ୍ୱର ରୋଡରେ ଉତ୍କଳ ସିଗନେଚର ପରିସରରେ ଥିବା ୪ଟି ଫ୍ଲାଟକୁ ନିଲାମ ପ୍ରକ୍ରିୟା କରାଯାଇଥିଲେ ସୁଦ୍ଧା, କେହି ବିଡର ମିଳିଲେ ନାହିଁ । ଫଳରେ ପୁଣି ଥରେ ନିଲାମୀ ନେଇ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ଏଡିଏମ ବିଭୁତି ଭୂଷଣ ଦାସ । ଆଜି ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଅପରାହ୍ନ ୩ଟାରେ ଯାଏଁ ଚାଲିଥିଲା । ହେଲେ ଜଣେ ବି ବିଡର ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ହେଲେ ନାହିଁ । ଚିଟଫଣ୍ଡ ଦୁର୍ନୀତିର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟ ୨୦୧୫ରେ ରୋଜଭ୍ୟାଲିର ସ୍ଥାବର, ଅସ୍ଥାବର ସଂପତିକୁ ବାଜ୍ୟାପ୍ତ କରିବା ପାଇଁ ଅନୁମତି ଦେଇଥିଲେ  ।