ଫିକା ପଡିପାରେ ପାର୍ବଣ : ଉତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

13

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉତର ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୯,୧୦ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ଆଂଚଳିକ ପାଣିିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୧ ଯାଏଁ ଏହି ବର୍ଷା ଲାଗିରହିବ ।

ଫଳରେ ଜମିଆସୁଥିବା ପାର୍ବଣର ମାହୋଲ ଫିକା ପଡିବା ସମ୍ଭାବନା ସୃଷ୍ଟି ହୋଇଛି । ବର୍ଷକ ପରେ ପାର୍ବଣ ଆସିିଛି । ଏନେଇ ଲୋକେ ପ୍ରସ୍ତୁତ ହେଉଥିବା ବେଳେ ଆସନ୍ନ ବର୍ଷା ସେମାନଙ୍କୁ ନିରାଶ କରିଛି । ଅନ୍ୟପଟେ ବର୍ଷା ଲାଗି ରହିଲେ ପୂଜା ଧୋଇଯିବା ସହ ପୂଜା ମଣ୍ଡପର ସମସ୍ତ ପ୍ରସ୍ତୁତି ପାଇଁ ହୋଇଥିବା କୋଟି କୋଟି ଟଙ୍କା କ୍ଷତି ହେବା ସମ୍ଭାବନା ଦେଖାଦେଇଛି ।