ଏଣିକି ଖୋଲାରେ ମଦ ପିଇଲେ ଓ ଖାଇଲେ ୨ରୁ ୧୦ହଜାର ଟଙ୍କାର ଜରିମାନା ସହ ଭୋଗିବାକୁ ପଡିପାରେ ୩ବର୍ଷ ଜେଲ ଦଣ୍ଡ । ଜାଣନ୍ତୁ କେଉଁଠି
ସିନେମାରେ ଦେଖିବାକୁ ମିଳେ କି ଗୋଆରେ ହୀରୋ ଓ ହିରୋଇନ୍ ମଜା କରନ୍ତି ଓ ସମୁଦ୍ର କୂଳେ ବସି ମଦ ପିଅନ୍ତି । ଲୋକମାନେ ଗୋଆରେ ସମୁଦ୍ର କୂଳେ ଏମିତି କରନ୍ତି ଓ ଗାଡି ଚଲାଇବା ସମୟରେ ମଦ ପିଇ କୋଳାହଳ ସୃ୍ଷ୍ଟି କରନ୍ତି । ଏମିତି କରିବା ଦ୍ୱାରା ଅନେକ ଦୁର୍ଘଟଣା ମଧ୍ୟ ଘଟେ । ଏହାକୁ ଧ୍ୟାନରେ ରଖି ଗୋଆ ସରକାର ଏହା ଉପରେ ଜରିମାନା ଲଗାଇବାକୁ ଯାଉଛନ୍ତି । ଏବଂ ଜରିମାନା ନଦେଲେ ୩ବର୍ଷର ଜେଲ ଦଣ୍ଡ ବି ମିଳିପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଆ ସରକାର ଖୋଲାରେ ମଦ ପିଇବା ଓ ଖାଇବା ଲୋକଙ୍କ ଉପରେ ୨ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଏହାର ସୂଚନା ଦେଇଛନ୍ତି । ୨୯ ଜାନୁୟାରୀକୁ ଏହି ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ପର୍ଯ୍ୟଟନ ବ୍ୟାପାର ଅଧିନିୟମରେ ସଂଶୋଧନ କରାଯିବ ।
ଖୋଲାରେ ମଦ ପିଇବା ଓ ଖାଇବା ତିଆରି କରିବା ଲୋକଙ୍କ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବ । ଏହା ଅଧିନରେ ବ୍ୟକ୍ତିଗତ ଭାବେ ଆଇନର ଉଲ୍ଲଘଂନ କରୁଥିବା ଲୋକଙ୍କ ଉପରେ ୨ ହଜାର ଟଙ୍କା, ଯେବେକି ସାମୁହିକ ଭାବେ ଏମିତି କଲେ ୧୦ ହଜାର ଟଙ୍କାର ଜରିମାନା ଲଗାଯିବ । ଯଦି କେହି ଜରିମାନା ଦେଉନାହାଁନ୍ତି, ତେବେ ତାଙ୍କୁ ୩ମାସର ଦଣ୍ଡ ଦିଆଯାଇପାରେ ।