ଶୌଚାଳୟ କାଚ ଭାଙ୍ଗି ଚମ୍ପଟ ମାରିଲା ଅଭିଯୁକ୍ତ ! ଅପରାଧିକ ମାମଲାରେ ଗିରଫ କରି ଡାକ୍ତରୀ ମାଇନା ପାଇଁ ମେଡିକାଲ ଆଣିଥିଲା ପୋଲିସ

26

କନକ ବ୍ୟୁରୋ: କ୍ୟାପିଟାଲ ହସପିଟାଲରୁ ଚମ୍ପଟ ମାରିଲା ପୁଣି ବିଳମ୍ବିତ ରାତିରେ ଆସି ଧରାଦେଲା ଅପରାଧୀ । ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତରୀ ମାଇନା ପାଇଁ ହସପିଟାଲ ଆସିଥିବା ବେଳେ ପୁଲିସ ଆଖିରେ ଧୁଳିଦେଇ ଛୁ ମାରିଥିଲା । ଭୁବନେଶ୍ୱର ଉପକଣ୍ଠ ପାଂଚଗାରୁ ଅଭିଯୁକ୍ତ ପୃଥ୍ୱିରାଜ ଗୁରୁ ଓରଫ ଭିକିକୁ ଗିରଫ କରିଥିଲା ଏୟାରଫିଲ୍ଡ ପୋଲିସ ।

ତେବେ ଅଭିଯୁକ୍ତର ଡାକ୍ତରି ମାଇନା ପାଇଁ ତାକୁ ହସପିଟାଲକୁ ଅଣାଯାଇଥିଲା । ଶୌଚ କରିବା ବାହାନାରେ ପୃଥ୍ୱିରାଜ ଗୁରୁ ଶୌଚାଳୟ ଭିତରକୁ ପ୍ରବେଶ କରିଥିଲା । ତେବେ ସେଠାରେ ଥିବା ଝରକାରେ ଲାଗିଥିବା ଲୁହାଜାଲି ଓ କାଚ ଭାଙ୍ଗି ହସପିଟାଲରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଦୀର୍ଘସମୟ ଧରି ଶୌଚାଳୟରୁ ନବାହାରିବାରୁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଶୌଚାଳୟ କବାଟ ଭାଙ୍ଗିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତେବେ ବିଳମ୍ବିତ ରାତିରେ ଅଭିଯୁକ୍ତ ପୁଣି ଥରେ ଧରା ଦେଇଥିବା ଜଣାପଡିଛି ।