ଦ୍ରୈାପଦୀ ମୁର୍ମୁଙ୍କୁ ନେଇ ବଢୁଛି ଚର୍ଚ୍ଚା : ରାଇସିନାର ରାଷ୍ଟ୍ରପତି ପଦବୀ ରେସରେ ଆଗୁଆ ଝାଡ଼ଖଣ୍ଡ ରାଜ୍ୟପାଳ

43

କନକ ବ୍ୟୁରୋ : ଏନଡିଏ- ଅଣଏନଡିଏ ଲଢେଇ ଏଡାଇବାକୁ ସର୍ବସମ୍ମତିରେ ରାଷ୍ଟ୍ରପତି ଚୟନ କରିବାକୁ ଚାହୁଁଛି ବିଜେପି । ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ଲାଗି ଦଳର ତିନି ଜଣିଆ କମିଟି ଗଠନ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର ଆଗରେ ରହିଛନ୍ତି ଓଡିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ।

ଜଣେ ଦଳିତ ନେତ୍ରୀଙ୍କୁ ସର୍ବୋଚ୍ଚ ଆସନରେ ବସାଇ ଏହି ବର୍ଗର ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେପି । ସେହିପରି ବିରୋଧୀଙ୍କ ସମର୍ଥନ ହାସଲ ପାଇଁ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ବିଜେପି ଗୁରୁତ୍ୱ ଦେଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଏପରି ହେଲେ ଭିବି ଗିରିଙ୍କ ପରେ ସେ ହେବେ ଦ୍ୱିତୀୟ ଓଡିଆ ରାଷ୍ଟ୍ରପତି ।

ଦେଖନ୍ତୁ ଏହି ଭିଡିଓ –