ପିସିସି ମୁଖିଆ ନବଦଳିବା ଯାଏଁ ଦିଲ୍ଲୀରେ ଚାଲିବ ଲଢେଇ : ଘର ସଜାଡିବାକୁ ଅଂଟା ଭିଡିଲେ କଂଗ୍ରେସ ବିଧାୟକ

34

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ହାତରେ ମାତ୍ର ଦୁଇ ବର୍ଷ । ନିଜ ନିଜ ସଂଗଠନ ମଜବୁତ କରିବାରେ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ପୁରାଦମରେ ବ୍ୟସ୍ତ । ହେଲେ ଏସବୁ ଭିତରେ ନେତୃତ୍ୱ ପରିବର୍ତ୍ତନର ଗୋଲକ ଧନ୍ଦାରେ ଛନ୍ଦି ହୋଇଛି କଂଗ୍ରେସ । ବିରୋଧୀ ଦଳ ନେତାଙ୍କ ଘରେ ତୁହାକୁ ତୁହା ବୈଠକ ପରେ ଏବେ ନିଷ୍ପତି ହୋଇଛି ଆମୂଳଚୂଳ ପରିବର୍ତ୍ତନ ପାଇଁ । ଆଉ ପିସିସି ସଭାପତି ହଟାଅ ନାରା ଧରି ହାଇକମାଣ୍ଡଙ୍କ ପାଖରେ ଫେରାଦ ହେବ କଂଗ୍ରେସ ବିଧାୟକ ଦଳ । ଆଉ ନଶୁଣିଲେ ବାହାରିବ ସମାନ୍ତରାଳ ସଂଗଠନ ।

ଦେଖନ୍ତୁ ଏହି ଭିଡିଓ –