ଡୋକଲାମ୍ ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିବୃତ୍ତିି! କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଲେ ଟାର୍ଗେଟ

28

କନକ ବ୍ୟୁରୋ : ଡୋକଲାମ୍ ପ୍ରସଙ୍ଗରେ ଲୋକସଭାରେ ବିବୃତ୍ତିି ରଖିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ । ଏହି ପ୍ରସଙ୍ଗରେ ସେ ଟାର୍ଗେଟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ । ଏହି ପ୍ରସଙ୍ଗରେ ଭାରତର ଆଭିମ୍ମୁଖ୍ୟ ବିଷୟରେ ଜାଣିବା ବଦଳରେ ରାହୁଲ ଚୀନ ରାଷ୍ଟ୍ରଦୂତଙ୍କୁ ଭେଟିବା ସମୀଚିନ ନୁହଁ ବୋଲି କହିଛନ୍ତି ସୁଷମା । ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ କିନ୍ତୁ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହଁ ବୋଲି କହିଛନ୍ତି ସେ । ଚୀନ ସହ ଦ୍ୱିପାକ୍ଷିକ ବାଣିଜ୍ୟର କଥା ମଧ୍ୟ କହିଛନ୍ତି ସେ ।

ସେପଟେ ଡୋକଲାମ୍ ପ୍ରସଙ୍ଗରେ ନୂଆ ମୋଡ଼ । ସେପ୍ଟେମ୍ବର ମାସରେ ଚୀନରେ ହେବାକୁ ଯାଉଛି ବ୍ରିକ୍ସ ବୈଠକ । ଯେଉଁଠି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଚୀନ ରାଷ୍ଟ୍ରପତି ଜିନପିଙ୍ଗର ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ସେପର୍ଯ୍ୟନ୍ତ ଡୋକଲାମ ପ୍ରସଙ୍ଗରେ ଚୀନ ଶାନ୍ତି ଚାହିଁବାର କୁହାଯାଉଛି । ପୂର୍ବରୁ ଡୋକଲାମ ପ୍ରସଙ୍ଗରେ ଚୀନ ୧୫ ପୃଷ୍ଠା ବିଶିଷ୍ଟ ଏକ ବୟାନ ଜାରି କରିଥିଲା ।

ଯେଉଁଥିରେ ଡୋକଲାମ ସୀମାରୁ ଭାରତ ନିସର୍ତ୍ତ ସେନା ପ୍ରତ୍ୟାହାର କରିବାକୁ ଚେତାବନୀ ଦିଆଯାଇଥିଲା । ଡୋକଲାମ ଭୁଟାନର ଓ ଚୀନ-ଭୁଟାନ ବିବାଦ ମଧ୍ୟରେ ଭାରତ ତୃତୀୟ ପକ୍ଷ ଭାବେ ମୁଣ୍ଡ ଖେଳାଇବା ଉଚିତ ନୁହଁ ବୋଲି କହିଥିଲା ଚୀନ । ତେବେ ଆଗକୁ ଚୀନରେ ବ୍ରିକ୍ସ ସମ୍ମିଳନୀ ଥିବାରୁ ଚୀନ ଆଭିମ୍ମୁଖ୍ୟ ବଦଳାଉଥିବା ବିଶେଷଜ୍ଞ କହିଛନ୍ତି ।