କୁକୁର ବଞ୍ଚାଇଲା କୁନି ପୁଅର ଜୀବନ ! ଦୀର୍ଘ ଦୁଇ ଦିନ ଜଙ୍ଗଲରେ ଶିଶୁକୁ ସୁରକ୍ଷା ଦେଇ ହିରୋ ସାଜିଲା କୁକୁର ।

59

ସାଧାରଣତଃ କୁକୁରକୁ ଆମେ ଏକ ବିଶ୍ୱାସଯୋଗ୍ୟ ପ୍ରାଣୀ ଭାବରେ ଜାଣିଥାଉ । କୁକୁର ତାର ମାଲିକ ପ୍ରତି ବେଶ ଭରସାଯୋଗ୍ୟ ହୋଇଥାଏ । ତେଣୁ ଆଜିକାଲି ଦୁନିଆରେ ପ୍ରତିଟି ଲୋକ କୁକୁରକୁ ଘରେ ପାଳିଥାନ୍ତି । କିଛି ଲୋକ କୁକୁରକୁ ସଉକରେ ପାଳୁଥିବା ବେଳେ କିଛି ଲୋକ କୁକୁରକୁ ଘରର ସୁରକ୍ଷା କରିବା ପାଇଁ ରଖିଥାନ୍ତି । ବେଳେ ବେଳେ ଏହି କୁକୁର ମାନେ ଏପରି କିଛି ଚମକ୍ରାର କାର୍ୟ୍ୟ କରି ଦେଖାଇଥାନ୍ତି, ଯାହା ଏହି ପ୍ରାଣୀ ମାନଙ୍କ ପ୍ରତି ଥିବା ଭଲପାଇବାକୁ ଆହୁରି ମଜବୁତ କରିଦେଇଥାଏ । ଏହିପରି ଏକ ଚମକ୍ରାର କାମ କରିଛି ୱାସିଂଟନରେ ବାସ କରୁଥିବା ଏକ ପରିବାରର କୁକୁର । ଦୁଇ ବର୍ଷର ପିଲାକୁ ବଞ୍ଚାଇ ପରିବାର ଲୋକଙ୍କ ପାଇ ପାଲଟିଛି ହିରୋ ।

ସୂଚନା ଅନୁଯାୟୀ, ୱାସିଂଟନରେ ବାସ କରୁଥିବା ଏକ ପରିବାର ବାହାରକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଦୁଇ ବର୍ଷର ଏକ ଛୋଟ ପିଲାକୁ ଘରେ ଜେଜେ ମା’ ଙ୍କ ପାଖରେ ଛାଡି ଯାଇଥିଲେ । ଜେଜେ ମା’ କୌଣସି ଏକ କାମରେ ଲିପ୍ତ ଥିବା ବେଳେ ଅଚାନକ ଛୋଟ ପିଲାଟି ଘରୁ ନିଖୋଜ ହୋଇଯାଇଥିଲା । ପରେ ପରିବାର ଲୋକେ ଆପାତ୍ତକାଳିନ ସେବାକୁ ଖବର ଦେଇଥିଲେ । ଆପାତ୍ତକାଳିନ ସେବା ଏହି ଖବର ପାଇ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୩୬ ଘଣ୍ଟା ଖୋଜାଖୋଜି କରିଥିଲେ ମଧ୍ୟ ପିଲାଟିର କୌଣସି ସନ୍ଧାନ ପାଇନଥିଲେ । ଛୋଟ ପିଲାଟି ସହ ଘରେ ଥିବା କୁକୁର ମଧ୍ୟ ନିଖୋଜ ଥିଲା । ଯାହା ସମସ୍ତଙ୍କୁ ଏକ ବଡ ସନ୍ଦେହ ଘେରରେ ପକାଇ ଦେଇଥିଲା ।

୩୬ ଘଣ୍ଟା ବିତିବା ପରେ ଅଚାନକ କୁକୁର ଘରକୁ ଫେରିଥିଲା । କୁକୁର ଘରକୁ ଫେରିବାର କିଛି ସମୟ ପରେ ପିଲାଟି ମଧ୍ୟ ମିଳିଯାଇଥିଲା । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, ପୁରା ୩୬ ଘଣ୍ଟା କୁକୁର ହଜିଯାଇଥିବା ଛୋଟ ପିଲା ସହ ରହି ତାର ରକ୍ଷା କରିଛି । ଏବଂ ସୁରକ୍ଷିତ ଅବସ୍ଥାରେ ତାକୁ ଘରକୁ ଫେରାଇ ଆଣିଛି । ତେବେ ପିଲାଟିର ଜୀବନ ବଞ୍ଚାଇଥିବାରୁ ପରିବାର ଲୋକଙ୍କ ପାଇଁ ହିରୋ ପାଲଟିଯାଇଛି ଏହି ବିଶ୍ୱାସ ଯୋଗ୍ୟ କୁକୁର ।