ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ନେଇ ଚିନ୍ତାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

18

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ। ତୁରନ୍ତ ସମସ୍ତ ଆଂଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଉପଖଣ୍ଡ ଡାକ୍ତରଖାନାଗୁଡିକରେ ଫାଣ୍ଡି ଖୋଲି ଡାକ୍ତର ଓ କର୍ମଚାରୀମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି।

ସ୍ୱାସ୍ଥ୍ୟ ସଚିବ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଗତ କିଛିଦିନ ଭିତରେ କେତେକ ଡାକ୍ତରଖାନାରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ସୂଚନା ମିଳିଛି। ତେଣୁ ପୂର୍ବରୁ ୨୦୧୪ରେ ସବୁ ଜିଲ୍ଲା ଓ ଉପଖଣ୍ଡ ଡାକ୍ତରଖାନାରେ ଫାଣ୍ଡି ଖୋଲିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଗୁରୁତର ସହିତ ବିଚାର କରିବାକୁ ସ୍ୱାସ୍ଥ୍ୟ ସଚିବ ଲେଖିଥିବା ଚିଠିରେ ଅନୁରୋଧ କରିଛନ୍ତି। ଫାଣ୍ଡି ଖୋଲିବା ସହ ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଆସମାଜିକ ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାଲାଗି ଆରତୀ ଆହୁଜା ଚିଠିରେ ଲେଖିଛନ୍ତି ।