ବଲିଉଡରେ ବଡ଼ଠାକୁରଙ୍କୁ ଅସମ୍ମାନ : ଜଗନ୍ନାଥ ନାଁ ନେଇ ଅଶ୍ଳୀଳ ଇଙ୍ଗିତ

51

ନିକଟରେ ରିଲିଜ ହୋଇଥିବା ବଲିଉଡ୍ ଫିଲ୍ମ ‘ବୀରେ ଦି ୱେଡିଂ’ରେ ଏପରି କିଛି ଦୃଶ୍ୟ ରହିଛି, ଯାହା ଅଶ୍ଳୀଳତାର ସୀମା ଟପିଯାଇଛି । ଆଧୁନିକତା ନାଁରେ ଭାରତୀୟ ମହିଳାଙ୍କ ଯୌନ ଜୀବନକୁ ଅତି ବିଚିତ୍ର ଭାବେ ଉପସ୍ଥାପନ କରାଯାଇଛି । ଏହାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଏହି ଫିଲ୍ମରେ ଜଗନ୍ନାଥଙ୍କ ନାଁ ନେଇ ଅଶ୍ଳୀଳ ଇଂଗିତ ଦିଆଯାଇଥିବାରୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେଇଛି ।

ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଧର୍ମୀୟ ଭାବନା ସହ ଅତି ନିବିଡ଼ ଭାବେ ଯୋଡି ହୋଇ ରହିଛି ଶ୍ରୀଜଗନ୍ନାଥଙ୍କ ନାଁ । ତେବେ ଫିଲ୍ମ ନିର୍ମାଣ ଆଳରେ ଯେଭଳି ଭାବେ ଏହି ଶବ୍ଦକୁ ବ୍ୟବହାର କରାଯାଇଛି, ତାହାକୁ ନେଇ ଆପତ୍ତି ଉଠାଇଛନ୍ତି ଓଲିଉଡ୍ ଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ।

ପୂର୍ବରୁ ମଧ୍ୟ ଅପନା ହାତ୍ ଜଗନ୍ନାଥ ନାଁରେ ବଲିଉଡ୍ ଓ ଓଲିଉଡରେ ଫିଲ୍ମ ନିର୍ମାଣ ହୋଇଛି । ସକରାତ୍ମକ ଭାବେ ଏହିସବୁ ଫିଲ୍ମ ତିଆରି ହୋଇଥିବା ବେଳେ ‘ବୀରେ ଦି ୱେଡିଂ’ ସବୁ ସୀମା ଟପିଯାଇଛି ।