ପୁଣି ରେକର୍ଡ ସ୍ତରରେ ଡିଜେଲ ଦର ! ୩ ମାସ ବ୍ୟବଧାନରେ ପେଟ୍ରୋଲକୁ ପୁଣି ଟପିଲା ଡିଜେଲ

ପୁଣି ରେକର୍ଡ ସ୍ତରରେ ଡିଜେଲ ଦର

191

କନକ ବ୍ୟୁରୋ : ପ୍ରାୟ ୩ ମାସର ବ୍ୟବଧାନ ପରେ ଓଡ଼ିଶାରେ ପେଟ୍ରୋଲ ଦରକୁ ଡିଜେଲ ଦର ଟପିଯାଇଛି। ଗତବର୍ଷ ଅକ୍ଟୋବର ୨୦ରେ ରାଜ୍ୟରେ ପ୍ରଥମ ଥର ପାଇଁ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହୋଇଯାଇଥିଲା। ପେଟ୍ରୋଲ ଦର ୮୦ ଟଙ୍କା ୮୨ ପଇସା ଥିବାବେଳେ ଡିଜେଲ ଦର ୮୦ ଟଙ୍କା ୮୮ ପଇସା ହୋଇଯାଇଥିଲା। ଏହାପରେ ସେହି ପାର୍ଥକ୍ୟ ହ୍ରାସ ପାଇ ଡିସେମ୍ବର ୧୩ରେ ପେଟ୍ରୋଲ ଓ ଡିଜେଲ ଦର ସମାନ(୬୯ ଟଙ୍କା ୨୮ ପଇସା) ହୋଇଯାଇଥିଲା। କିନ୍ତୁ ତା ପରେ ସେହିମାସ ୧୪ ତାରିଖରୁ ସ୍ବାଭାବିକ ଭାବେ ପେଟ୍ରୋଲ ତୁଳନାରେ ଡିଜେଲ ଦର କମ୍ ରହିଥିଲା। ଏହି ଧାରା ଗତ କିଛି ଦିନ ଧରି ଅବ୍ୟାହତ ରହିଥିଲା। କିନ୍ତୁ ଏବେ ପୁଣି ତେଲ ଦର ବୃଦ୍ଧି ପାଇବା ସହିତ ପେଟ୍ରୋଲ ଦରକୁ ଡିଜେଲ ଟପିଯାଇଛି।

ଭୁବନେଶ୍ବରରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହୋଇଯାଇଛି। ଭାରତୀୟ ତୈଳ ନିଗମର ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ୬୯ ଟଙ୍କା ୫୫ ପଇସା ରହିଛି। କିନ୍ତୁ ଡିଜେଲ ଦର ଏହାଠାରୁ ଅଧିକ ୩୦ ପଇସା ଅଧିକ ହୋଇ ୬୯ ଟଙ୍କା ୮୫ ପଇସାରେ ପହଞ୍ଚିଛି। ଶନିବାର ଭୁବନେଶ୍ବରରେ ପେଟ୍ରୋଲ ଦର ୬୯ ଟଙ୍କା ୭୨ ପଇସା ଓ ଡିଜେଲ ଦର ୬୯ ଟଙ୍କା ୮୬ ପଇସା ରହିଛି।