ଆଉ ରହିବନି ତେଲ ଟେନସନ୍ ! ଖୁବଶିଘ୍ର ବଜାରକୁ ଆସିବ ଇଲେକଟ୍ରିକ କାର୍ ।

କାର ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ ଶିଘ୍ର ବଜାରକୁ ଆସିବାକୁ ଯାଉଛି ଇଲେକଟ୍ରିକ କାର ।

247

କାର ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ ଶିଘ୍ର ବଜାରକୁ ଆସିବାକୁ ଯାଉଛି ଇଲେକଟ୍ରିକ କାର । ବଢୁଥିବା ତେଲର ଦରକୁ ଦୃଷ୍ଟିରେ ରଖି ଅନେକ କମ୍ପାନ ଇଲେକଟ୍ରିକ ବାଇକ, ସ୍କୁଟର ବାହାର କରିଛନ୍ତି । ଏହା ଦ୍ୱାରା ଅନେକ ଲୋକ ମଧ୍ୟ ଉପକୃତ ହେଉଛନ୍ତି । ଠିକ ସେହି ଭଳି କାର ପ୍ରେମୀଙ୍କ ପାଇଁ ମଧ୍ୟ ମାରୁତି କମ୍ପାନି ଇଲେକଟ୍ରିକ କାର ବାହାର କରିବାକୁ ଯାଉଛି ।

ସୂଚନା ଅନୁଯାୟୀ, ଦେଶର ସବୁଠୁ ଅଧିକ କାର ବିକ୍ରି କରୁଥିବା କମ୍ପାନି ମାରୁତି ସୁଜୁକୀ ଆସନ୍ତା ୨୦୨୦ ସୁଦ୍ଧା ନିଜର ଇଲେକଟ୍ରିକ୍ କାର ବଜାରକୁ ଛାଡ଼ିବ । ଟୟୋଟା ସହଯୋଗିତାରେ କମ୍ପାନି ଏହା କରିବ । ଗୁଜୁରାଟର ଗାନ୍ଧିନଗରଠାରେ ଅନୁଷ୍ଠିତ ଭାଇବ୍ରାଣ୍ଟ ଗୁଜୁରାଟ ସମ୍ମିଳନୀରେ ଯୋଗଦେଇ ସୁଜୁକୀ ମୋଟର କର୍ପୋରେସନର ଅଧ୍ୟକ୍ଷ ତୋହିସିରୋ ସୁଜୁକୀ ଏହା କହିଛନ୍ତି । ସେ କହିଛନ୍ତି ଯେ କମ୍ପାନି ୨୦୨୦ରେ ଗୁଜୁରାଟରେ ନିଜର ୩ୟ ପ୍ଲାଣ୍ଟ ଖୋଲିବ ଓ ଟୟୋଟା ସହଯୋଗରେ ହାଇବ୍ରିଡ କାର ଆସେମ୍ଲ କରିବ ।

ଦେଶରେ ଅଧିକରୁ ଅଧିକ କାର୍ କମ୍ପାନି ଏବେ ଇଲେକଟ୍ରିକ୍ କାର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏବେ କେବଳ ମହିନ୍ଦ୍ରା ବ୍ୟବସାୟିକ ଭିତ୍ତିରେ ଇଲେକଟ୍ରିକ୍ କାର ବିକ୍ରି କରୁଛି । ଟାଟା ମୋଟର୍ସ ଏପର‌୍ୟ୍ୟନ୍ତ ବ୍ୟବସାୟିକ ଭିତ୍ତିରେ ଏହାର ବିକ୍ରି ଆରମ୍ଭ କରିନାହିଁ । ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ କାର୍ କମ୍ପାନି ଇଲେକଟ୍ରିକ୍ କାର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ।