ଉରି ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତର କୂଟନୈତିକ ଆକ୍ରମଣ ଜାରି

37

କନକ ବ୍ୟୁରୋ : ଉରି ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତର କୂଟନୈତିକ ଆକ୍ରମଣ ଜାରି ରହିଛି । ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ତାଲିକାରୁ ବାଦ୍ ପଡିପାରେ ପାକିସ୍ତାନ । ପାକିସ୍ତାନକୁ ମୋଷ୍ଟ ଫେଭରଡ ନେସନ୍ ତାଲିକାରୁ ବାଦ୍ ଦେବାକୁ ଚିନ୍ତା କରୁଛି ଭାରତ । ଆସନ୍ତା ୨୯ ତାରିଖରେ ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଓ ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ଏହି ବୈଠକରେ ସାମିଲ ହେବେ । ପାକିସ୍ତାନକୁ ଏମଏଫଏନ ଷ୍ଟାଟସ୍ ଦେବା ସଂପର୍କରେ ଏହି ବୈଠକରେ ପୁନର୍ବିଚାର କରାଯିବ। ସିନ୍ଧୁ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କରିବା ପରେ ପୁଣି ଆସନ୍ତା ୨୯ରେ ଏମଏଫଏନ ଷ୍ଟାଟସ୍ ଉପରେ ଭାରତ ପୁନର୍ବିଚାର କରିବାକୁ ଯାଉଛି ।