କଠିନ ପରିଶ୍ରମ ଦେଇଥାଏ ସଫଳତା ! ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କାହାଣୀ ବଖାଣିଲେ ଜିମ୍ନାଷ୍ଟିକ୍ ଦୀପା କର୍ମାକର ।

61

ଏକାମ୍ର କ୍ରୀଡ଼ା ସାହିତ୍ୟ ଉତ୍ସବର ଦ୍ବିତୀୟ ଅପରାହ୍ନର ପ୍ରଥମ ଆକର୍ଷଣ ଥିଲେ ଯୁବ ପଦ୍ମଶ୍ରୀ ଜିମ୍ନାଷ୍ଟିକ୍ ଦୀପା କର୍ମାକାର ଏବଂ ତାଙ୍କ ଗୁରୁ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବିଶ୍ବେଶ୍ବର ନନ୍ଦୀ। ଦୀପାଙ୍କ ସଫଳତା ଯାତ୍ରାରେ ରହିଥିବା ଅନେକ ଅନାଲୋଚିତ ଦିଗ ଉପରୁ ବି ହଟିଥିଲା ପରଦା। ବାସ୍ତବରେ ମୁଁ ସାରଙ୍କ ପତ୍ନୀଙ୍କଠାରୁ ହିଁ ଜିମ୍ନାଷ୍ଟିକ୍ସର ମୌଳିକ ଶିକ୍ଷା କରିଥିଲି। ଯିଏକି ମୋ ବାପାଙ୍କ ସହଯୋଗୀ ଥିଲେ। ବାପା ଭାରୋତ୍ତୋଳନ ପ୍ରଶିକ୍ଷକ ହୋଇଥିବାରୁ ୨୦୦୦ ମସିହାରେ କର୍ଣ୍ଣମ ମାଲେଶ୍ବରୀଙ୍କ ଅଲିମ୍ପିକ୍ସ ପଦକୁ ହିଁ ମୋତେ ପ୍ରେରିତ କରିଥିଲା। 

ସେତେବେଳ ଖେଳ ଓ ଅଲିମ୍ପିକ୍ସ କିଛି ବୁଝୁ ନ ଥିଲେ ବି ପଦକ ପାଇବାର ଖୁସିକୁ ଅନୁଭବ କରିଥିଲି। ମୁଁ ଏଭଳି ଏକ ଖେଳକୁ ବାଛିଥିଲି ଯେଉଁଥିରେ ଭାରତ ଆଗରୁ ପରିଚିତ ନ ଥିଲା ଏବଂ ଏଭଳି ରାଜ୍ୟରୁ (ତ୍ରିପୁରା) ଆସିଥିଲି ଯେଉଁଟା କେଉଁଠି କହିଲେ ବି ଅନେକ ଅଜ୍ଞ ଥିଲେ। ସେଠାରୁ ଏତେ ବାଟ ଆସିବା ନିଶ୍ଚିତ ବଡ଼ କଥା ବୋଲି ଦୀପା କହିଥିଲେ। ଓଡ଼ିଶା ସରକାର ଚାହିଁଲେ ଦଶ ଦଶ ଜଣ ରାକେଶ ପାତ୍ର ଗଢ଼ି ପାରିବେ ବୋଲି ମଧ୍ୟ କହିବାକୁ ସେ ଭୁଲି ନ ଥିଲେ। ଅବସର ପରେ ଖ୍ୟାତନାମା ଜିମ୍ନାଷ୍ଟିକ୍ସ ଗୁରୁ ଅଶୋକ ମିଶ୍ରଙ୍କୁ ମଧ୍ୟ ଓଡ଼ିଶା ନେଇ ଆସିବା ଉଚିତ୍ ବୋଲି ବିଶ୍ବେଶ୍ବର ପୁଣି ଥରେ ମତ ରଖିଥିଲେ।