ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ! ଇ-ପେମେଂଟ କରୁଥିବା ଗ୍ରାହକଙ୍କ ପାଇଁ ଲକି ଡ୍ର ବ୍ୟବସ୍ଥା

55

କନକ ବ୍ୟୁରୋ : ଇ-ପେମେଂଟ କରନ୍ତୁ ପୁରସ୍କାର ଜିତନ୍ତୁ । ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଆଉ ଏକ ଘୋଷଣା କରିଛନ୍ତି । ଡିଜିଟାଲ ପେମେଂଟ କରୁଥିବା ଗ୍ରାହକଙ୍କୁ ଲକି ଗ୍ରାହକ ଯୋଜନାରେ ମିଳିବ ପୁରସ୍କାର । ସେହିଭଳି ଡିଜିଟାଲ କାରବାର କରୁଥିବା ବ୍ୟାପାରୀଙ୍କୁ ମିଳିବ ଡିଜି ଧନ ବ୍ୟାପାରୀ ପୁରସ୍କାର । ଲକି ଡ୍ର ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯିବ ।

ଡିସେମ୍ବର ୨୫ରୁ ଏହି ଲକି ଯୋଜନାର ଶୁଭାରମ୍ଭ ହେବ । ଖ୍ରୀଷ୍ଟମାସ ଅବସରରେ ଆରମ୍ଭ ହୋଇ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ଏହା ଚାଲିବ । ୧୪ ଏପ୍ରିଲ ୨୦୧୭ଯାଏ ହେବ ତିନୋଟି ମେଗା ଲକି ଡ୍ର । ୧୫ ହଜାର ଲକି ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଏହି ଘୋଷଣା କରିଛନ୍ତି । ଏହି ୨ଟି ଯୋଜନା ପାଇଁ ୩୪୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସୂଚନା ଦେଇଛନ୍ତି ଅମିତାଭ ।